Home ଓଡ଼ିଶା ଗାଡ଼ି ମଡ଼େଇ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଘେନୁପାଲିରେ ଉତ୍ତେଜନା : ଲୁହବୁହା ବାଷ୍ପ ପ୍ରୟୋଗ

ଗାଡ଼ି ମଡ଼େଇ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଘେନୁପାଲିରେ ଉତ୍ତେଜନା : ଲୁହବୁହା ବାଷ୍ପ ପ୍ରୟୋଗ

160

ସମ୍ବଲପୁର, ୮/୧୨ (ଓଡ଼ିଆ ପୁଅ) – ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଘେନୁପାଲି ଗ୍ରାମର ଏକ ଟେଣ୍ଟହାଉସର ମାଲିକ ରୋହିତ କୁମାର ଭୋଇ (୩୫)ଙ୍କୁ ଗାଡ଼ି ଚପାଇ ହତ୍ୟା କରାଯିବା ଅଭିଯୋଗକୁ କେନ୍ଦ୍ରକରି ଥାନା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତର ଗିରଫ ଦାବିକରି ବହୁ ସଂଖ୍ୟକ ଗ୍ରାମବାସୀ ସଦର ଥାନା ସମ୍ମୁଖରେ ଆଜି ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାବାଦ୍ ମୃତକଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ଉତ୍ତାରୁ କିଛି ଉତ୍ତ୍ୟକ୍ତ ଲୋକ ସଂଦିଗ୍ଧ ଅଭିଯୁକ୍ତଙ୍କ ଘର ଉପରକୁ ଟେକାପଥର ପିଙ୍ଗିବା ସହିତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ ଉତ୍ତ୍୍ୟକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। ବରିଷ୍ଠ ପୋଲିସ ଅଧିକାରୀମାନେ ୫ ପ୍ଲାଟୁନ ପୋଲିସ ସହ ଗ୍ରାମରେ ଶିବିର ପକାଇଛନ୍ତି। ଏସପି ସଞ୍ଜୀବ ଆରୋରା, ଅତିରିକ୍ତ ଏସପି ଅମରେନ୍ଦ୍ର ରଣା, ସଦର ଏସଡ଼ିପିଓ ଭବାନୀ ଶଙ୍କର ଉଦ୍ଗାତା, ଥାନା ଅଧିକାରୀ ସୁରେଶ ସାହୁ ଏବଂ ବିଭିନ୍ନ ଥାନାର ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲେ ମଧ୍ୟ ମୃତକଙ୍କ ଶବ ବ୍ୟବଚ୍ଛେଦ ଉତ୍ତାରୁ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ଏଣେ ପୋଲିସ ଅଭିଯୁକ୍ତ ଝସକେତନ ଦେହୁରୀଙ୍କୁ ରେଢ଼ାଖୋଲ ଥାନା ଅଞ୍ଚଳରୁ ଗିରଫ କରିଛି। ଗତକାଲି ବକେୟା ପାଉଣା ନେବାପାଇଁ କେହି ଫୋନ କରିବାରୁ ରୋହିତ ଘରୁ ଠାକୁରମାଳ ଆଡ଼କୁ ବାହାରିଥିଲେ। ପରେ ତାଙ୍କ କ୍ଷତବିକ୍ଷତ ଶବ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ଉତ୍ତାରୁ କୌଣସି ଭାରିଯାନ ଧକ୍କା ଦେବାରୁ ମୁଣ୍ଡରେ ଆଘାତ ଯୋଗୁଁ ରୋହିତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଆଗରେ ଗ୍ରାମବାସୀମନେ ଏ ନେଇ ଉଦ୍ବେଗ ଜାହିର କରିଥିଲେ। ଥାନାରେ ଏକ ମାମଲା ରୁଜୁ କରାଯାଇ ୨ଟି ଟ୍ରାକ୍ଟର ସହିତ ଅନ୍ୟ ସାମଗ୍ରୀ ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.