Home କେନ୍ଦ୍ରାପଡ଼ା ଗାରପୁର ମୁସଲିମ୍ ବସ୍ତିରେ ଗାନ୍ଧୀଜୟନ୍ତୀ ପାଳିତ

ଗାରପୁର ମୁସଲିମ୍ ବସ୍ତିରେ ଗାନ୍ଧୀଜୟନ୍ତୀ ପାଳିତ

68

କେନ୍ଦ୍ରାପଡା, ୨ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁର ମୁସଲିମବସ୍ତିରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମୁସ୍‌ଲିମ୍ ବସ୍ତିର ଅଙ୍ଗନୱାଡି କେନ୍ଦ୍ରରେ ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସରପଞ୍ଚ ଗାୟାତ୍ରୀ ମହାନ୍ତି, ଅଙ୍ଗନୱାଡି କର୍ମୀ ସମସିରା ବେଗମ, ଅବଦୁଲ ସଲିମ ଖାଁନ (ଗୁଲୁବାବୁ), ମହମ୍ମଦ ପରଭେଜ ସଜାତ, ୱାର୍ଡମେମ୍ବର ମଲ୍ଲିକ ଅଲିଜାନ, ଅଇନୁଲ ଇସଲାମ, ମୀର ସଫିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ କୁନି କୁନି ପିଲାମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.