Home ଓଡ଼ିଶା ଗାନ୍ଧୀ ସଂକଳ୍ପ ଯାତ୍ରା -୨୦୧୯ : ଆଜି ବ୍ରହ୍ମଗିରୀଠାରେ ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ...

ଗାନ୍ଧୀ ସଂକଳ୍ପ ଯାତ୍ରା -୨୦୧୯ : ଆଜି ବ୍ରହ୍ମଗିରୀଠାରେ ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

76

ଭୁବନେଶ୍ୱର, ୩୧/୧୦ (ଓଡ଼ିଆ ପୁଅ) : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି, ନୈତିକତା ଯୁକ୍ତ ଶିକ୍ଷା, ଗଣତନ୍ତ୍ରର ମୂଲ୍ୟବୋଧର ବାର୍ତ୍ତା ଏବେ ମଧ୍ୟ ମହତ୍ୱ ରଖିଛି। ପ୍ଲାଷ୍ଟିକ୍ ମୁକ୍ତ ଭାରତ, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ଏହି ଯାତ୍ରାର ପ୍ରମୁଖ ଲକ୍ଷ୍ୟ ରହିଛି।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ପୁରୀ ଜିଲ୍ଲା ବ୍ରହ୍ମଗିରୀ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହେବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଅପରାହ୍ନ ୨.୩୦ରେ ବ୍ରହ୍ମଗିରୀ ବଜାରରେ ପହଂଚି ସଂକଳ୍ପ ଯାତ୍ରାରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.