Home ଜିଲ୍ଲା ପରିକ୍ରମା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ‘ବଳିଦାନ ଦିବସ’ ପାଳିତ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ‘ବଳିଦାନ ଦିବସ’ ପାଳିତ

4

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଭଦ୍ରକ ଶାଖା ମହାତ୍ମାଗାନ୍ଧୀଙ୍କ ୭୮ତମ ମହାପ୍ରୟାଣ ଦିବସକୁ ‘ବଳିଦାନ ଦିବସ’ ରୂପେ ପାଳନ କରିଛି। ଏହି ଉପଲକ୍ଷେ ବଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସଭା ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ଆଇନଜୀବୀ ପବନ କୁମାର ଶର୍ମା ଏହି ସଭା ପରିଚାଳନା କରି ଗାନ୍ଧୀ ହତ୍ୟାର ପୂର୍ବାପର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିବା ସହ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଏହି ଉତ୍ସବ ରେ ସ୍ଥାନୀୟ ସରପଂଚ ଅଜୟ ସାମଲ ମୁଖ୍ୟ ଅତିଥି ଓ ଉପସଭାପତି ଝରଣା ପଟ୍ଟନାୟକ ଯୋଗ ଦେଇ ଗାନ୍ଧୀଙ୍କ ବିଚାର ଧାରା ଏବେ ବିପଦଗ୍ରସ୍ତ ବୋଲି ମତ ଦେବା ସହ, ଏହାର ସୁରକ୍ଷା ପାଇଁ ଗାନ୍ଧୀବାଦୀ ମାନେ ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜେନା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଚଳନ୍ତି ସମୟରେ ଭାରତର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ଥିତିର ସମୀକ୍ଷା କରିବା ସହ ଗାନ୍ଧୀ ଦର୍ଶନର ସୁରକ୍ଷା ପାଇଁ ସମସ୍ତ ଗାନ୍ଧୀବାଦୀ, ଆମ୍ବେଦକର ବାଦୀ ଓ ସାମ୍ୟବାଦୀ ମାନେ ମିଳିତ ହୋଇ ପ୍ରୟାସ କରନ୍ତୁ ବୋଲି ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହେଶ୍ୱର ଖିଲାରପ, ଡ. ପ୍ରଫୁଲ୍ଲ ସାହୁ, ଭଦ୍ରକ ଜିଲା ବରିଷ୍ଠ ନାଗରିକ ମଂଚର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ମହାପାତ୍ର, ଲକ୍ଷ୍ମୀକାନ୍ତ ବାରିକ, ସେକ୍ କଲାମ, ସରୋଜ ମଲ୍ଲିକ, ବିଦ୍ୟାଧର ବାରିକ, ରବିନାରାୟଣ ପାଣିଗ୍ରାହୀ, ପ୍ରହ୍ଲାଦ ନାୟକ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇ ନିଜ ନିଜର ବକ୍ତବ୍ୟରେ ବିଭିନ୍ନ ପୃଷ୍ଠଭୂମିରେ ଗାନ୍ଧୀଙ୍କ ଆଭିମୁଖ୍ୟ ଓ ବିଚାର ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଏହି ଅବସରରେ ପ୍ରତିଭାଶୀଳ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ଜୀବନାଦର୍ଶ ସଂପର୍କିତ ପୁସ୍ତକ ପ୍ରଦାନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.