Home ଜିଲ୍ଲା ପରିକ୍ରମା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆନୁକୂଲ୍ୟରେ ରମାଦେବୀଙ୍କ ଜନ୍ମଜୟନ୍ତୀ ପାଳିତ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଆନୁକୂଲ୍ୟରେ ରମାଦେବୀଙ୍କ ଜନ୍ମଜୟନ୍ତୀ ପାଳିତ

17

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ଆନ୍ଦୋଳନର ଅଗ୍ରଗଣ୍ୟା ସଂଗ୍ରାମୀ, ମା’ ରମାଦେବୀ ୧୨୫ ବର୍ଷ ତଳେ, ଆଜିର ଦିନରେ ଧରାବତରଣ କରିଥିଲେ। ଏହି ପୁଣ୍ୟତିଥିକୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଭଦ୍ରକ ଶାଖା, ଗାନ୍ଧୀ ବାଳାଶ୍ରମର ସମ୍ମିଳନୀ କକ୍ଷରେ ପାଳନ କରିଥିଲା। ପ୍ରଥମେ ମା’ ରମାଦେବୀ ଓ ତାଙ୍କ ମାର୍ଗଦର୍ଶକ ବାପୁଜୀଙ୍କ ପଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତା’ପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରତିଷ୍ଠାନର ଉପସଭାପତି, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ, ଆଇନଜୀବୀ ପବନ କୁମାର ଶର୍ମା ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ ମା’ ରମାଦେବୀଙ୍କ ଜୀବନ ଯାତ୍ରାର ଏକ ସଂକ୍ଷିପ୍ତ ଚିତ୍ର ପ୍ରଦାନ କରିଥିଲେ। ଏହି ଆଲୋଚନାରେ ଗବେଷକ ତଥା ସ୍ତମ୍ଭକାର ଡ. ପ୍ରଫୁଲ୍ଲ ସାହୁ, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ‘ଫେଲୋସିପ୍‌’ ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଜନାବ୍ ଏସ୍‌.ଏମ୍‌. ଫାରୁକ୍‌, ଗାନ୍ଧୀ ବାଳାଶ୍ରମ ର ଅଧ୍ୟକ୍ଷ ଅଶୋକ ଦାସ ପ୍ରମୁଖ ମା’ ରମାଦେବୀ ଙ୍କ ଜୀବନର ବିଭିନ୍ନ ଦିଗନ୍ତ ଉପରେ ଆଲୋକପାତ କରିଥିଲେ। ତାଙ୍କର ଅନନ୍ୟ ବିଚାର ଓ ଅସାମାନ୍ୟ ତ୍‌ଯାଗ ତାଙ୍କ ସ୍ମୃତିକୁ ଚିରଞ୍ଜୀବୀ ଓ ଚିରନମସ୍ୟ କରି ରଖିବ ବୋଲି ଆଲୋଚକ ମାନେ ଆସ୍ଥା ପ୍ରକଟ କରିଥିଲେ। ପ୍ରତିଷ୍ଠାନର ସହସମ୍ପାଦକ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ସୁଶ୍ରୀ ପ୍ରଜ୍ଞାଶ୍ରୀ ଦାସ ଙ୍କ ସଙ୍ଗୀତ ସଂଯୋଜନାରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ମାନେ ଗାନ୍ଧୀ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଉତ୍ସବରେ ବୁଦ୍ଧିଜୀବୀ ସୁଧାକର ରାଉତ, ଆଇନଜୀବୀ ମନୋରଞ୍ଜନ ମହାନ୍ତି, ଅଧ୍ୟାପକ ବିଜୟ କୁମାର ଜେନା, ‘ତାଓ’ ସାଧାରଣ ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ, ୟୁନାଇଟେଡ୍ କ୍ଲବ୍ ର ସାଧାରଣ ସମ୍ପାଦକ ବିଶାଲ୍ ଗୋପାଲ୍ ଲଖାନୀ, ରୋଭର୍ସ କ୍ଲବ୍ ର ସମ୍ପାଦକ ହରି ପ୍ରସାଦ ନନ୍ଦି, ଶିକ୍ଷାବିତ୍ କଲାମ୍ ଖାନ୍ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.