Home ଜିଲ୍ଲା ପରିକ୍ରମା ଗାନ୍ଧୀ ଶତବାର୍ଷିକ ପାଳନରେ ରାଜନୀତି, ୫୦ ବର୍ଷ ପୂର୍ତ୍ତି ପାଳିଥିବା ଗାନ୍ଧୀବାଦୀଙ୍କୁ ଭୁଲିଗଲା ପ୍ରଶାସନ

ଗାନ୍ଧୀ ଶତବାର୍ଷିକ ପାଳନରେ ରାଜନୀତି, ୫୦ ବର୍ଷ ପୂର୍ତ୍ତି ପାଳିଥିବା ଗାନ୍ଧୀବାଦୀଙ୍କୁ ଭୁଲିଗଲା ପ୍ରଶାସନ

24

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମା ଗାନ୍ଧୀଙ୍କ ଭଦ୍ରକ ଆଗମନର ଶହେବର୍ଷ ପୂର୍ତି ପାଳନ ଅବସରରେ ଜିଲାପ୍ରଶାସନ ବର୍ଷବ୍ୟାପି ପୂର୍ତ୍ତି ପାଳନ କରୁଛି । ଏଥିସକାସେ ଗତ ଗୁରୁବାରଦିନ ଶହେବର୍ଷ ପୁର୍ତ୍ତିର ଶୁଭାରାମ୍ଭ ହୋଇଥିଲା । ଭଦ୍ରକ ଟାଉନହଲ ଠାରେ ଜିଲାପାଳ ଡ ଜ୍ଞାନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ବେମୋକେଶ ରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,ଭଣ୍ଡାରିପୋଖରୀ ବିଧାୟକ ପଫୁଲ୍ଲ ସାମଲ,ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ,ଭଦ୍ରକ ଜିଲାପରିଷଦ ଅଧକ୍ଷ ଦିଜବର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତାଭାବେ ଓଡିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଅବସରପ୍ରାପ୍ତ ନିର୍ଦ୍ଧେଶକ ବିଜୟ ନାୟକ ଯୋଗ ଦେଇଥିଲେ । ଶତବାର୍ଷିକ ପାଳନର ଶୁଭାରମ୍ଭ ଅବସରରେ ପ୍ରାତଃରୁ ରାମଧୂନ ଦିବସବ୍ୟାପି ସହରରେ ଗାନ୍ଧୀ ଭଜନ ପରିବେଷଣ,ଗାନ୍ଧୀ ପ୍ରତିମୁ୍‌ର୍ତରେ ମାଲ୍ୟାର୍ପଣ ସହିତ ଭଦ୍ରକ ଚରଂପା ରେଳ ଷ୍ଟେସନରୁ ଏକ ସ୍ମାରକୀ ପଦଯାତ୍ରା ବାହାର କରାଯାଇ ଐତିହାସିକ ଗାନ୍ଧୀପଡିଆରେ ପହଁଚିଥିଲା । ଏହି ଅବସରରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ପ୍ରଦର୍ଶନୀ,ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅନୁଷ୍ଟିତ ବିଭିନ୍ନ କୁଇଜ ଏବଂ ବକୃତା ପ୍ରତିଯୋଗିତାରେ ପୁରସ୍କାର ପ୍ରଦାନ କରାଯାଇଥଲା । ତେବେଏହି ବିପୁଳ ଆୟୋଜନ ମଧ୍ୟରେ ଜିଲାର ବହୁ ଅସଲ ଗାନ୍ଧୀବାଦୀଙ୍କୁ ଭୁଲିଗଲା ଜିଲା ପ୍ରଶାସନ । ସେମାନଙ୍କୁ ଏହି ଉତ୍ସବକୁ ଡାକିବା ଦୁରକୁ ଥାଉ ସେମାନଙ୍କୁ ନିମନ୍ତ୍ରଣପତ୍ର ଖଣ୍ଡେ ଦେବାକୁ ମଧ୍ୟ ଭୁଲିଗଲା ପ୍ରଶାସନ । ଯାହାକୁ ନେଇ ପ୍ରବଳ କ୍ଷୋଭ ପ୍ରକାଶ କରିଛନ୍ତି ଭଦ୍ରକରେ ମାହାତ୍ମାଙ୍କ ୫୦ ବର୍ଷ ପୁର୍ତ୍ତି ପାଳନର କର୍ଣ୍ଣଧାର,ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ବିଜେଡି ନେତା ଯୁଗଳ କିଶୋର ପଟ୍ଟନାୟକ । ଦେଶ ଯେତେବେଳେ ମହାତ୍ମାଙ୍କ ଶହେବର୍ଷ ପୁର୍ତ୍ତି ପାଳନ ନେଇ କୌଣସି ପରିକଳ୍ପନା କରିନଥିଲା ସେତିକିବେଳେ ବରିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଅବିଭକ୍ତ ବାଲେଶ୍ୱର ଜିଲାର ମହାନ ଗାନ୍ଧୀବାଦୀ ରବିନ୍ଦ୍ର ମୋହନ ଦାସଙ୍କୁ ନେଇ ଯୁଗଳବାବୁ ଭଦ୍ରକର ଐତିହାସିକ ଗାନ୍ଧୀପଡିଆ ଠାରେ ବଡ ଧୁମଧାମରେ ଗାନ୍ଧୀଙ୍କ ୫୦ ବର୍ଷ ପୁର୍ତ୍ତି ପାଳନ କରିଥିଲେ । ମହାତ୍ମାଙ୍କ ଶହେବର୍ଷ ପୁର୍ତ୍ତି ପାଳନ ବେଳକୁ ଆଉ ରବିନ୍ଦ୍ର ମୋହନ ନାହାନ୍ତି କିନ୍ତୁ ଭଦ୍ରକରେ ୫୦ ବର୍ଷ ପୁର୍ତ୍ତି ପାଳନର କର୍ଣ୍ଣଧାର ସାଜିଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଟ ବିଜେଡି ନେତା ଯୁଗଳବାବୁ ଉତ୍ସବପାଳନ ସମୟରେ ଭଦ୍ରକରେ ଉପସ୍ଥିତି ଥାଇ ମଧ୍ୟ ପ୍ରଶାସନ ତାଙ୍କୁ ଡାକିବାକୁ ଭୁଲି ଯାଇଥିଲା ।

ଯାହାକୁ ନେଇ ପ୍ରବଳ କ୍ଷୋଭ ପ୍ରକାଶ କରିଛନ୍ତି ଏହି ଗାନ୍ଧୀବାଦୀ ନେତା ଯୁଗଳପଟ୍ଟନାୟକ ଏବଂ ଭଦ୍ରକର ବୁଦ୍ଧିଜିବୀ ଜନ ସାଧାରଣ । ଗାନ୍ଧୀଙ୍କୁ ଅତିନିକଟରୁ ଦେଖିଥିବା ତଥା ତାଙ୍କ ସ୍ମୁତିକୁ ଉଜ୍ଜିବତ ରଖିବା ସକାସେ ଭଦ୍ରକ ଗାନ୍ଧି ଓଡିଶା ବାଳାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷା ସକାସେ ପକ୍କା ବାଉଣ୍ଡାରୀ ନିର୍ମାଣ ସହିତ ବାଳଶ୍ରମ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀ ଉପରେ ପକ୍କା ପୋଲ ନିର୍ମାଣ କରିବା ସର୍ବୋପରୀ ଐତିହାସିକ ଗାନ୍ଧୀପଡିିଆ କୁ ଜବରଦଖଲ ମୁକ୍ତକରି ଏହାକୁ ସୁରକ୍ଷିତ କରି ରଖିବା ସକାସେ ଲକ୍ଷାଧିକ ଟଙ୍କା ଖର୍ଚ କରି ସଦୃଶ ଗେଟ ନିର୍ମାଣ କରିଥିଲେ । କେବଳ ସେତିକି ନୁହେଁ ଐତିହାସିକ ଗାନ୍ଧୀପଡିଆରେ ଗାନ୍ଧୀଙ୍କ ର ଏକ ମାର୍ବଲ ପ୍ରତିମୁର୍ତି ସୁଦୁର କୋଲକାତାରୁ ମଗାଇ ସ୍ଥାପିତ କରିଥିଲେ । ଯାହାକି ଆଜି ନିଶ୍ଚିନ୍ନ ହୋଇ ଯାଇଥିବା ସେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହାସିକ ଗାନ୍ଧୀପଡିଆରେ ଗାନ୍ଧୀଙ୍କ ଭଦ୍ରକ ଆଗମନର ଶହେବର୍ଷ ପୁର୍ତି ପାଳନ କରୁଥିବା ବେଳେ ମାତ୍ର ୨ ବର୍ଷ ପୁର୍ବରୁ ତାଙ୍କ ବିଧାୟକ ଅନୁଦାନ ପାଂଠିରେ ଛିଡାହୋଇଥିବା ସଦୃଶ ଗେଟ ରେ ଲଗାଯାଇଥିବା ସ୍ମୃତିଫଳକ ଉଭାନ ହୋଇ ଯାଇଛି । ନିକଟରେ ଭଦ୍ରକ କୁଆଁସ ଠାରେ ସାଳନ୍ଦୀ ନଦୀ ଉପରେ ନିର୍ମିତ ଅଜ୍‌ୁର୍ନ ସେତୁକୁ ଭାଙ୍ଗି ସେଠାରେ ଏକ ନୁଆ ସେତୁ ନିର୍ମାଣର ଶିଳାନ୍ୟାସ କରାଯିବା ଏବଂ ସେତୁର ନାମ ପରିବର୍ତନ କରି କୁଆଁସ ସେତୁ ରଖାଯିବା ଘଟଣାରେ ରାଜନୈତିକ ଉଷ୍ଣତା ଥମି ନଥିବା ବେଳେ ଏବେ ପୂର୍ବତନ ବିଧାୟକ ଯୁଗଳପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଐତିହାସିକ ଗାନ୍ଧୀପଡିଆ ଗେଟରୁ ସ୍ମୃତିଫଳକ ଗାଏବ କରି ଦିଆଯିବା ଏବଂ ଶାସକ ଦଳର ଏହି ବର୍ଷିଆନ ଗାନ୍ଦୀବାଦୀ ନେତାଙ୍କୁ ଶହେବର୍ଷ ପୁର୍ତ୍ତିପାଳନ ସମାରାହରୁ ଦୁରେଇ ରଖାଯିବା ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏଥିନେଇ ବରିଷ୍ଟ ନେତା ଯୁଗଳ ପଟ୍ଟନାୟକଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ କହିଥିଲେ ସ୍ମୁତିଫଳକରୁ ତାଙ୍କ ନାମ ଲିଭାଇ ଦିଆଯାଇଥିଲେ ମଧ୍ୟ ଭଦ୍ରକ ବାସୀଙ୍କ ହୃଦୟରୁ ତାଙ୍କୁ କେହି ଦୁରେଇ ଦେଇ ପାରିବେ ନାହିଁ । ତେବେ ଗାନ୍ଧୀ ଶତବାର୍ଷିକ ଉତ୍ସବ ପାଳନରୁ ବରିଷ୍ଟ ଗାନ୍ଧୀବାଦୀ ନେତା ତଥା ପୂର୍ବତନ ବିଧାୟକ ଯୁଗଳ ପଟ୍ଟନାୟକଙ୍କୁ ଅନ୍ତର କରାଯିବା ପଛରେ ରାଜନୈତିକ ଷଡଯନ୍ତ୍ର ଅଥବା ପ୍ରଶାସନିକ ଅବହେଳା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.