Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ୭୮ତମ ସ୍ୱାଧୀନତା ଦିବସ

ଗାନ୍ଧୀ ବାଳାଶ୍ରମରେ ୭୮ତମ ସ୍ୱାଧୀନତା ଦିବସ

5
oplus_131074

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ୭୮ତମ ପବିତ୍ର ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ବାଳାଶ୍ରମର ଅନ୍ତେବାସୀମାନେ ପ୍ରଭାଙ୍ଗରବତଫେରିରେ ନିକଟସ୍ଥ ଗ୍ରାମ ପରିକ୍ରମା କରିବା ପରେ ଆଶ୍ରମରେ ପହଂଚିବା ପରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ତତ୍ପରେ ବାଳାଶ୍ରମ ସଭାଗୃହରେ ଏକ ସଭା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଡ଼ା. ଦେବରାଜ ପାଣିଗ୍ରାହୀ, ମନୋଜ କୁମାର ସାହୁ, ଶୁଭଶ୍ରୀ ପଢ଼ିଆରୀ, ଧନେଶ୍ୱର ଜେନା, ଜ୍ଞାନରଞ୍ଜନ ବାରିକ, ହରିହର ବାରିକ, ସମାଜସେବୀ ଅନିଲ ନାୟକ ଆଦି ଉପସ୍ଥିତ ଥିଲେ । ବକ୍ତାମାନେ ଅନ୍ତେବାସୀମାନଙ୍କୁ ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟତା ବିଷୟରେ ସୂଚନା ଦେବା ସଙ୍ଗେ ସଙ୍ଗେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ଅହିଂସା ଆଚରଣକୁ ପାଥେୟ କରି ନିଜକୁ ଜଣେ ଜଣେ ସୁନାଗରିକ ଭାବରେ ପ୍ରତିଷ୍ଠିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବକୃତା, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ତତ୍ୱାବଧାନରେ ପିଲାମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ପିଲାମାନଙ୍କୁ ମିଷ୍ଟାନ ବଂଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.