Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ହରିଜନ ପଦଯାତ୍ରା ସ୍ମାରକୀ ଉତ୍ସବ ପାଳନ

ଗାନ୍ଧୀ ବାଳାଶ୍ରମରେ ହରିଜନ ପଦଯାତ୍ରା ସ୍ମାରକୀ ଉତ୍ସବ ପାଳନ

36

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୯୩୪ ମସିହା ହରିଜନ ପଦଯାତ୍ରାର ସ୍ମାରକୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଛି । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଆଡ଼୍‌ଭୋକେଟ୍ ମନୋରଞ୍ଜନ ମହାନ୍ତି, ଶିକ୍ଷାବିତ୍ କଲାମ୍ ଖାଁ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଗାନ୍ଧୀଜୀଙ୍କ ‘ଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ବାହାନଗା ଠାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ୧୯୩୪ ମସିହା ଐତିହାସିକ ହରିଜନ ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାଳାଶ୍ରମରେ ତିନି ଦିନ ରହଣୀ ସର୍ମ୍ପକରେ ଅତିଥିମାନେ ସୂଚନା ଦେଇଥିଲେ । ମହାତ୍ମା ଗାନ୍ଧୀ କେବଳ ବ୍ୟକ୍ତି ନୁହଁନ୍ତି ବରଂ ଏକ ବଳିଷ୍ଠ ବିଚାର । ସତ୍ୟର ସାଥୀ, ଶାନ୍ତିର ସାରଥୀ ଓ ଅହିଂସାର ଅଗ୍ରଦୂତ । ସତ୍ୟ ଜରିଆରେ ସେ ଇଶ୍ୱରଙ୍କୁ ଖୋଜିବାକୁ ପ୍ରେରଣା ଦେଉଥିଲେ । ତେଣୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ ଅନ୍ତେବାସୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ…. ଗାନ କରାଯାଇଥିଲା । ଶେଷରେ ପ୍ରଜ୍ଞାଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.