Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ସ୍ୱାଧୀନତା ଦିବସ

ଗାନ୍ଧୀ ବାଳାଶ୍ରମରେ ସ୍ୱାଧୀନତା ଦିବସ

17

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ବାଳାଶ୍ରମ ପରିସରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଆଶ୍ରମର ଅନ୍ତେବାସୀମାନେ ଏକ ସୁସଜ୍ଜିତ ଗାଡ଼ି ସହ ସାଇକେଲ ଓ ବାଇକ୍‌ରେ ତ୍ରୀରଙ୍ଗା ପତାକା ହାତରେ ଧରି ଦେଶପ୍ରେମର ଗୀତ ଓ ନାରା ଉଚାରଣ ସହ ସହର ପରିକ୍ରମା କରି ଆଶ୍ରମରେ ପହଂଚିଥିଲେ । ଜିଲ୍ଲା ଶୁିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବାପରେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଗାନ୍ଧୀ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁସ୍ତାକ ଗୌହର, ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀଧର ସେଠୀ, ସାଇ ସାରଳା ଫାଉଣ୍ଡେସନର ଜ୍ଞାନ ରଞ୍ଜନ ବାରିକ, ହରିହର ବାରିକ, ଚାଇଲ୍ଡ ଲାଇନର ଚନ୍ଦ୍ରକାନ୍ତ ଗୋଛାୟତ, ଉତ୍କଳମଣି ସେବା ମନ୍ଦିରର ଅଧୀକ୍ଷକ ଧନଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ହୋଇ ଭାରତର ମୁକ୍ତି ସଂଗ୍ରାମ ଓ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅନ୍ତେବାସୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବାଳାଶ୍ରମ ସୌଜନ୍ୟରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଇ ଶାରଳା ଫାଉଣ୍ଡେସନ୍ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡ଼ାରେ କୃତୀ ପ୍ରତୀଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରୋବେସନ ଅଧିକାରୀ ତଥାଗତ ଜେନା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.