Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ସାଧାରଣତନ୍ତ୍ର ଦିବସ

ଗାନ୍ଧୀ ବାଳାଶ୍ରମରେ ସାଧାରଣତନ୍ତ୍ର ଦିବସ

27

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ପ୍ରଭାତଫେରୀ କରାଯିବା ପରେ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ ଜାତୀୟ ପତାକା ଉତୋଳନ କରିଥିଲେ । ତତ୍ପରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁବ୍ରତ କୁମାର ବିଶ୍ୱାଳ. ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଗାନ୍ଧୀ ବାଳାଶ୍ରମର ପ୍ରାକ୍ତନ ଅଧୀକ୍ଷକ ହୃଷିକେଶ ମହାନ୍ତି, ପ୍ରଧାନ ଶିକ୍ଷକ ଧରଣୀଧର ସେଠୀ, ଉର୍ଦ୍ଦୁକବି ମୁସ୍ତାକ ଗହ୍ୱର, ଚାଇଲ୍ଡ ଲାଇନରୁ ରମାକାନ୍ତ ଜେନା, ଦିଗ୍‌ବିଜୟ ମହାନ୍ତି, ଚନ୍ଦ୍ରକାନ୍ତ ଗୋଚ୍ଛାୟତ ଆଦି ଯୋଗଦାନ କରିଥିଲେ । ବକ୍ତାମାନେ ସାଧାରଣତନ୍ତ୍ର ଦିବସ ଓ କଷ୍ଟଲବ୍ଧ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ବର୍ଣ୍ଣନା କରିବା ସଙ୍ଗେସଙ୍ଗେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଅହିଂସା ନିତିକୁ ପାଥେୟ କରି ନିଜକୁ ଜଣେ ସୁନାଗରିକ ଭାବରେ ଗଡ଼ିତୋଳିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଶ୍ରମ ପରିସରରେ ଅନୁଷ୍ଠିତ ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଝରଣା ଦାସ, ତଥାଗତ ଜେନା, ସସ୍ମିତା ନାୟକ, ନିରଞ୍ଜନ ନାୟକ, ଚନ୍ଦନ ସାହୁ, ସୌମ୍ୟରଞ୍ଜନ ଦାସ, ସସ୍ମିତା ମଲ୍ଲିକ ଓ ରାଜେଶ ମୋହିନୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସସ୍ମିତା ନାୟକ ଧନ୍ୟବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.