ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କ ୮୧ ତମ ମହାପ୍ରଣାୟ ଦିବସ ସମାରୋହରେ ପାଳିତ ହୋଇଛି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୁକୂଲ୍ୟରେ ଫେଲୋସିପ୍ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ୍ ରାଜକିଶୋର ସାହୁ, ସମାଜସେବୀ ସୁଧାକର ରାଉତ ଓ ଲକ୍ଷ୍ମୀକାନ୍ତ ବାରିକ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ କସ୍ତୁରବା ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥଲେ । ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଅତିଥି ମାନେ ବଣ୍ôର୍ନା କରିବା ସହ ମହାତ୍ମାଗାନ୍ଧୀଙ୍କ ସତ୍ୟ, ଅହିଂସା, ଅସ୍ତେହ ପରି ୧୧ଗୋଟି ସଂକଳ୍ପକୁ ସମସ୍ତେ ଆପଣେଇବାକୁ ଆହ୍ୱାନ ଦେଇଥିଲେ । ମହାତ୍ମା ଗାନ୍ଧୀ ମୋହନରୁ ମହାତ୍ମା ହେବାରେ କସ୍ତୁରବାଙ୍କ ଅବଦାନ ଅତୁଳନୀୟ । ଗାନ୍ଧୀ ଓ କସ୍ତୁରବାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବାଳାଶ୍ରମର ସମସ୍ତ କର୍ମକର୍ତା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବାଳାଶ୍ରମର ପ୍ରୋବେସନ ଅଫିସର୍ ତଥାଗତ ଜେନା।