Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ

ଗାନ୍ଧୀ ବାଳାଶ୍ରମରେ ରକ୍ଷା ବନ୍ଧନ ଉତ୍ସବ

8
oplus_131074

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗରଦପୁରସ୍ଥ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ନିଆରା ଢ଼ଙ୍ଗରେ ପାଳିତ ହୋଇଛି । ତିହିଡ଼ିସ୍ଥିତ ଅଗ୍ରଣୀ ଶିଶୁ ଯତ୍ନ ଅନୁଷ୍ଠାନ ଶାନ୍ତି ଆଶ୍ରମରେ ଅବସ୍ଥାନ କରୁଥିବା କୁନି କୁନି ଭଉଣୀ ମାନେ ଗାନ୍ଧୀ ବାଳାଶ୍ରମର ଅନ୍ତେବାସୀ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ । ଏହି ଅବସରରେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଶାନ୍ତି ଆଶ୍ରମର ସମ୍ପାଦକ ତଥା ବରିଷ୍ଠ ଅଧିବକ୍ତା ଅପୂର୍ବ ଦାସ, ଅଧିକ୍ଷକ ସରିତା ସାମଲ ଇତ୍ୟାଦି ଯୋଗ ଦେଇ ଗାନ୍ଧୀ ବାଳାଶ୍ରମ ଦ୍ୱାରା ଆୟୋଜନ କରାଯାଇଥିବା ନିଆରା ଉତ୍ସବକୁ ଉଚ ପ୍ରଶଂସା କରିବା ସହ ଏହି ଦିବସର ଆଧ୍ୟାତ୍ମିକ ରହସ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ରକ୍ଷା ବନ୍ଧନ ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସମ୍ପର୍କର ପ୍ରତୀକ ପର୍ବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଏହି ସଭାକୁ ବାଳାଶ୍ରମର ସମସ୍ତ କର୍ମକର୍ତା ପରିଚାଳନା କରିଥିବାବେଳେ ଅଧିକ୍ଷକ ସସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.