Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ପାଳିତ

ଗାନ୍ଧୀ ବାଳାଶ୍ରମରେ ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ପାଳିତ

1

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ, ସଙ୍ଗଠିକା ମା ରମାଦେବୀଙ୍କ ୧୨୫ତମ ଜୟନ୍ତୀ ଗାନ୍ଧୀ ବିଚାର ମଂଚ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଖିଲ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ ରାଉତ, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ପ୍ରଭାତ ନଳିନୀ ମହାପାତ୍ର, ରାଧାରାଣୀ ମହାପାତ୍ର, ବରିଷ୍ଠ ନାଗରିକ ମଂଚର ସଭାପତି କୈଳାସ ମହାପାତ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ପବନ ଶର୍ମା ଆଦି ଯୋଗ ଦେଇ ମା ରମାଦେବୀଙ୍କ ତ୍ୟାଗ, ସଂଗ୍ରାମ, ମାନବିକତା ପରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ରାଚୁର୍ଯ୍ୟକୁ ପରିତ୍ୟାଗ କରି ସେ ସରଳତାକୁ ଗ୍ରହଣ କରିଥିଲେ । ବିଳାସ ବ୍ୟସନକୁ ତ୍ୟାଗ କରି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଓ ଅସହଯୋଗ ଆନ୍ଦୋଳନରେ ତାଙ୍କର ଅଗ୍ରଣୀ ଭୂମିକା ଥିଲା । ଭୂଦାନ ଓ ସର୍ବୋଦୟ ପରି ରଚନାତ୍ମକ କାର୍ଯ୍ୟରେ ସେ ନିଜକୁ ସାମିଲ କରିଥିଲେ । ଇଂରେଜ ସରକାରଙ୍କ ଲାଂଛନା, ନିର୍ଯ୍ୟାତନା, ଶୋଷଣ, ଲାଠିମାଡ଼ ଓ ଜେଲବରଣକୁ ଖାତିର ନ କରି ମା ରମାଦେବୀ ସ୍ୱାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରାପ୍ତ ବିମଳା ନାଟ୍ୟ ସଂସଦର ସମ୍ପାଦକ ତଥା ଲୋକନାଟ୍ୟ ମୋଗଲ ତାମସାର ନିଦ୍ଦେର୍ଶକ ଗୌରାଙ୍ଗ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ କଲାମ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.