Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ

ଗାନ୍ଧୀ ବାଳାଶ୍ରମରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ

11

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଅଙ୍ଗଦାନ ଦିବସ ଅବସରରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଆଜି ଏକ ସଚେତନତା ସଭା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ାକ୍ତର ଦେବରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଠାରେ ଅବସ୍ଥାନ କରୁଥିବା ଅନ୍ତେବାସୀ ମାନଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ଭାବରେ ଅଙ୍ଗଦାନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ଅଙ୍ଗଦାନ ପାଇଁ ଓଡ଼ିଶାରେ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଏହାର ଭିତିଭୂମିକୁ ସୃଦୁଢ଼ କରିବା ସହ ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ପ୍ରତି ଜିଲ୍ଲା ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅଙ୍ଗଦାନ କାର୍ଯ୍ୟକ୍ରମ ସଫଳ ହେଲେ ଅନେକ ଅଙ୍ଗ ହରାଇ ଦୁଃଖ ଭୋଗୁଥିବା ବ୍ୟକ୍ତି ବିଶେଷ ଉପକୃତ ହେବେ । ଆଜିର ବିଜ୍ଞାନ ଯୁଗରେ ମାଇକ୍ରୋ ସର୍ଜରୀ ଭଳି କେତେକ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ମାଧ୍ୟମରେ ଅଙ୍ଗ ରୋପଣ କରାଯାଇପାରୁଛି । ଏହି ଜାତୀୟ ଦିବସ ଅବସରରେ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ମଧ୍ୟରେ ଅଙ୍ଗଦାନ ବିଷୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ତଥା ଚିତ୍ରାଙ୍କନ, କୁଇଜ୍ ଓ ବକୃତା ଆଦି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବାଳାଶ୍ରମର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ସଭା ଶେଷରେ ପ୍ରୋବେସନ ଅଧିକାରୀ ତଥାଗତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.