Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଗୁରୁ ଦିବସ ପାଳିତ

ଗାନ୍ଧୀ ବାଳାଶ୍ରମରେ ଗୁରୁ ଦିବସ ପାଳିତ

15

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ସଭା ପ୍ରାରମ୍ଭରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ‘ଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତତ୍ପରେ ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ସଂଯୋଜନାରେ ବାଳାଶ୍ରମର ଅନ୍ତେବାସୀ ଓ କଣ୍ଠଶିଳ୍ପୀ ପ୍ରଜ୍ଞା ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପିଲାମାନେ ଫୁଲ ଚନ୍ଦନରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପୂଜା କରିବା ସହିତ ଆର୍ଶିବାଦ ନେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପ୍ର. କମଳାକାନ୍ତ ସ୍ୱାଇଁ, ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, ଗାନ୍ଧୀ ବାଳାଶ୍ରମ ବିଦ୍ୟାଳୟର ଶିକ୍ଷକ ଧରଣୀଧର ସେଠୀ, ରବିନାରାୟଣ ତିଆଢ଼ି, ନବକିଶୋର ପଣ୍ଡା, ମୁସ୍ତାକ ଗୌହର ଆଦି ଯୋଗଦାନ କରି ପିଲାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍‌ବୋଧନ ଦେବା ସହ ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଷ୍ଠାବାନ ଓ ପରିଶ୍ରମୀ ହେବାକୁ ଆଶ୍ରମର ସମସ୍ତ ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଗାନ୍ଧୀ ବାଳାଶ୍ରମର ପୂର୍ବତନ ପ୍ରଧାନ ଶିକ୍ଷକ ବାଇଧର ପଲାଇଙ୍କୁ “ଗୁରୁ ଗୌରବ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବକୁ ବାଳାଶ୍ରମର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଫଳ ମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.