Home ଓଡ଼ିଶା ଗାନ୍ଧୀ ଜୟନ୍ତୀ ଅବସରରେ ଜେଏସପିଏଲ ପକ୍ଷରୁ ସ୍ୱଚ୍ଛତା ଅଭିଯାନ 

ଗାନ୍ଧୀ ଜୟନ୍ତୀ ଅବସରରେ ଜେଏସପିଏଲ ପକ୍ଷରୁ ସ୍ୱଚ୍ଛତା ଅଭିଯାନ 

144

ଯୋଡା, ୦୩-୧୦ (ଓଡିଆ ପୁଅ ଦ ସେକ୍ ଜାବିର ମହମ୍ମଦ) – ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କର ୧୫୧ ତମ ଜନ୍ମ ବାର୍ଷିକୀ କୁ ଚିର ସ୍ମରଣୀୟ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ତରଫରୁ ଶୁକ୍ରବାର ଏକ ସ୍ୱଚ୍ଛତା ଅଭିଯାନ କାର‌୍ୟ୍ୟକ୍ରମ ର ଆୟୋଜନ କରାଯାଇଥିଲା ଓ ଏହି କାର‌୍ୟ୍ୟକ୍ରମରେ ପେଲେଟ ପ୍ଲାଣ୍ଟ କଲୋନି ସହ ନିକଟସ୍ଥ ପୁନଃ-ଥଇଥାନ କଲୋନୀ ଗୁଡିକରେ ସଫେଇ କାର‌୍ୟ୍ୟ ଅନୁଷ୍ଠିତ ହୋଇଥିଲା ଓ ପ୍ରାରମ୍ଭ ରେ ପେଲେଟ ପ୍ଲାଣ୍ଟ ର ମାନବ ସମ୍ବଳ ମୁଖ୍ୟ ଶ୍ରୀ ଶରତ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱଚ୍ଛତା ର ଶପଥ ପାଠ କରାଇ ଗାନ୍ଧିଜୀଙ୍କ ଅହିଂସା ନୀତି ପଥରେ ପ୍ରେରିତ ହୋଇ ଚାଲିବା ପାଇଁ ଆହ୍ୱାନ କରିଥିଲେ ଓ ଏହି କାର‌୍ୟ୍ୟକ୍ରମରେ ପ୍ରାୟ ଶହେ ଜଣ ସ୍ଵେଛାସେବୀ ଯୋଗ ଦେଇ, କରୋନା କଟକଣା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତ୍ୱ ରଖି, ମାସ୍କ ପିନ୍ଧି ଏବଂ ସମସ୍ତ ସୁରକ୍ଷା ନିୟମ ପାଳନ କରି କଲୋନୀ ର ବିଭିନ୍ନ ଅଂଚଳ ସହ ରାସ୍ତା ଘାଟ ଓ ନର୍ଦମା ସଫେଇ କରିଥିଲେ ଓ ପରେ ସ୍ଵେଛାସେବୀ ମାନେ ନିକଟସ୍ଥ କୀତାବେଡା, ସିଆଳିଯୋଡ଼ା ଏବଂ ଦେଓଝର ପୁନଃ-ଥଇଥାନ କଲୋନୀ ଗୁଡିକରେ ସଫେଇ କାର‌୍ୟ୍ୟ କରିଥିଲେ ଓ ଏଥିରେ ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ପିଲାମାନେ ମଧ୍ୟ ସହଯୋଗ ର ହାତ ବଢ଼ାଇ ଥିଲେ ଓ ପିଲାମାନେ ସେମାନଙ୍କ ପିତାମାତା ତଥା ଅଭିଭାବକ ମାନଙ୍କୁ ଏହି ସଫେଇ କାର‌୍ୟ୍ୟକ୍ରମରେ ସାମାଜିକ ଦୂରତା ସହ ସୁରକ୍ଷା ନିୟମ ମାନି ଯୋଗଦେବାପାଇଁ ଉତ୍ସାହିତ କରିବା ର ଦେଖାଯାଇଥିଲା ଓ ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଲୋକମାନଙ୍କୁ ନିଜ ପରିବେଶ ନିର୍ମଳ ଏବଂ ସ୍ୱଚ୍ଛ ରଖିବା ସହ ପାନୀୟ ଜଳ ଉତ୍ସ ଏବଂ ଗୋଷ୍ଠୀ ନିତ୍ୟ ବ୍ୟବହାର‌୍ୟ୍ୟ ସ୍ଥାନ ଗୁଡିକୁ ସଫା ରଖିବା ପାଇଁ  ଆହ୍ୱାନ ଦିଆଯାଇଥିଲା ଓ  ଲୋକମାନଙ୍କୁ ପରିବେଶ ସୁରକ୍ଷା ପ୍ରତି ଅଧିକ ସଚେତନତା ପାଇଁ ବୃକ୍ଷରୋପଣ କରିବା ଉଦ୍ଦେଶ୍ୟରେ କିଛି ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଥିଲା ଓ  ଏହି ଉତ୍ସବରେ ପିଲାମାନଙ୍କ ପାଇଁ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.