Home ଜିଲ୍ଲା ପରିକ୍ରମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜିଲାସ୍ତରୀୟ ଜୟନ୍ତୀ ପାଳିତ

ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜିଲାସ୍ତରୀୟ ଜୟନ୍ତୀ ପାଳିତ

46

ପୁରୀ, ୨/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଜିଲା ସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୧ ତମ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ୧୧୬ ତମ ଜୟନ୍ତୀ ପୁରୀ ର ଗାନ୍ଧୀଘାଟ ଠାରେ ପାଳିତ ହୋଇଛି। ଜିଲାପାଳ ଶ୍ରୀ ବଲଓନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୁରତା ରକ୍ଷା ଓ ମାସ୍କ ପରିଧାନ ସହ ଜୟନ୍ତୀ ପାଳିତ ହୋଇଛି। ସର୍ବୋଦୟ ମେଳା କମିଟିର ପ୍ରତିନିଧି ଶ୍ରୀ ଶିବପ୍ରସାଦ ମିଶ୍ର ସର୍ବଧର୍ମ ପ୍ରାର୍ଥନା ସଭା ପରିଚାଳନା କରିଥିଲେ। ଆଜି ପ୍ରତ୍ୟୁଷରେ ସହରରେ ଜିଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ୱାରା ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଉପଜିଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୁରୁବୀର ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.