Home ଜିଲ୍ଲା ପରିକ୍ରମା ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ସା୍‌ଧାରଣତନ୍ତ୍ର ଦିବସ ପାଳିତ

ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ସା୍‌ଧାରଣତନ୍ତ୍ର ଦିବସ ପାଳିତ

7
oplus_131074

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଗରଦପୁରଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ଗାନ୍ଧୀ ବାଳାଶ୍ରମ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ ଜାତୀୟ ପତାକା ଉତୋଳନ କରିଥିଲେ । ସଙ୍ଗୀତ ଗୁରୁ ରାମ ନାରାୟଣ ପଣ୍ଡାଙ୍କ ତତ୍ୱବଧାନରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଅତିଥି ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡାକ୍ତର ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ବାଳାଶ୍ରମର ପ୍ରାକ୍ତନ ଅଧିକ୍ଷକ ହୃଷିକେଶ ମହାନ୍ତି, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର, ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀଧର ସେଠୀ, ସହକାରୀ ଶିକ୍ଷକ ରବିନାରାୟଣ ତିଆଡ଼ି ଇତ୍ୟାଦି ଯୋଗଦେଇ ଭାରତର ମୁକ୍ତି ସଂଗ୍ରାମ ଓ ସାଧାରଣତନ୍ତ୍ର ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଉର୍ଦ୍ଦୁ କବି ମୁସ୍ତାକ ଗହ୍ୱର ଦେଶାତ୍ମୋକବୋଧକ ସାୟରୀ ଗାନ କରିଥିଲେ । ଶିକ୍ଷୟତ୍ରୀ ଧରିତ୍ରୀ ବିଶ୍ୱାଳ, ସଂଜୁ ଏବଂ ବାଳାଶ୍ରମର କର୍ମକର୍ତା ମାନଙ୍କ ଦ୍ୱାରା ପ୍ରତ୍ୟୁଷରୁ ରାମଧ୍ୱନ ସହ ପ୍ରଭାତ ଫେରୀ କରଯାଇଥିଲା । ଉକ୍ତ ମହାନ ଦିବସ ଉପଲକ୍ଷେ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ଏହି ପବିତ୍ର ଦିବସ ଉପଲକ୍ଷେ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭାଶେଷରେ ପ୍ରୋବେସନ ଅଧିକାରୀ ତଥାଗତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.