Home କେନ୍ଦୁଝର ଗାଡି ଜବଦ କରିବାବେଳେ ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର

ଗାଡି ଜବଦ କରିବାବେଳେ ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର

32

ହାଟଡ଼ିହି, ୩୦/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରିବାକୁ ଯାଇଥିବାବେଳେ ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଯାଇଥିବା ଜଣାଯାଇଛି । ପ୍ରାପ୍ତ ସୁଚନାରୁ ଜଣାଯାଇଛି ଯେ ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ଆଜି ଅଣା ସମଣା ରାସ୍ତାରେ ଯାଉଥିବାବେଳେ ଟୁକୁଣା ପଡିଆ ନିକଟରେ ଏକ ବାଲିବୋଝେଇ ଟ୍ରାକ୍ଟରକୁ ଦେଖି ତାର କାଗଜପତ୍ର ମାଗିଥିଲେ । ଗାଡିର କୌଣସି କାଗଜପତ୍ର ନଥିବାବେଳେ ଗାଡି ଚାଳକ ବାଲିର ପରମିଟ ମଧ୍ୟ ଦେଖାଇ ପାରିନଥିଲା । ଏହି ସମୟରେ ଟ୍ରାକ୍ଟର ମାଲିକ ବୋଲାଉଥିବା ଅଣତିରା ଗ୍ରାମର ଜଣେ ବ୍ୟକ୍ତି ଆସି ଅତିରିକ୍ତ ତହସିଲଦାରଙ୍କୁ ର୍ଦୁବ୍ୟବହାର କରିଥିଲା । ଏହାଦେଖି ସ୍ଥାନୀୟ ଲୋକମାନେ ଆସି ସଂପୃକ୍ତ ଟ୍ରାକ୍ଟର ମାଲିକକୁ ବାରଣ କରିଥିଲେ । ଖବର ପାଇବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକକୁ ଥାନାକୁ ଆଣି ପଚରା ଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.