Home ଜିଲ୍ଲା ପରିକ୍ରମା ଗାଡ଼ି ଚେକିଂ ବେଳେ ୪ କିଲୋ ଗଞ୍ଜେଇ ସହ ବେପାରୀ ଅଟକ

ଗାଡ଼ି ଚେକିଂ ବେଳେ ୪ କିଲୋ ଗଞ୍ଜେଇ ସହ ବେପାରୀ ଅଟକ

2

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନାରେ ନୂଆ ଅଧିକାରୀ ଯୋଗ ଦେବା ପରେ ବେଆଇନ ଦେଶୀ ବିଦେଶୀ ମଦ ଓ ଗଞ୍ଜେଇ ବେପାରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଧାମନଗର ଥାନା ଚୁଡ଼ାକୁଟି ରାସ୍ତା ପଣ୍ଡୁବଜାର ଛକରେ ପୋଲିସ ପକ୍ଷରୁ ଗାଡି ଚେକିଂ ସମୟରେ ୪ କିଲୋ ଗଞ୍ଜେଇ ଜବତ ସହ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ଦିଆଯାଇଛି। ଅଟକ ବ୍ୟକ୍ତି ହେଲା ଭଦ୍ରକ ରୁରାଲ ଥାନା ଅର୍ଣ୍ଣପାଳ ଅଧିନ ମଧୁସୁଦନପୁର ଗ୍ରାମର ବିଜୟ ସାହୁ ବୋଲି ପୋଲିସ ଠାରୁ ସୂଚନା ମିଳିଛି। ଯୁବକ ଜଣକ ଏକ ମୋଟରସାଇକେଲରେ ଗଞ୍ଜେଇ ନେଇ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପଣ୍ଡୁବଜାର ଛକରେ ଧାମନଗର ଥାନା ପକ୍ଷରୁ ଯାନବାହନ ଯାଂଚ କରାଯାଉଥିଲା। ଏହି ସମୟରେ ଏସଆଇ ମହେଶ୍ୱର ପ୍ରଧାନଙ୍କ ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ଚେକିଂ କରିଥିଲେ। ସେହି ସମୟରେ ତାଙ୍କ ପାଖରୁ ପ୍ରାୟ ୪ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ପଲ୍ଲୀ ଭାରତ ମହାଳିକ, ଏସଆଇ ସସ୍ମିତା ମଲ୍ଲିକଙ୍କ ଉପସ୍ଥିତରେ ଗଞ୍ଜେଇକୁ ଜବତ କରିବା ସହ ବିଜୟକୁ ପୋଲିସ ଥନାକୁ ନେଇ ଅଟକ ରଖି ପଚରାଉଚରା ଜାରି ରହିଛି ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁବ୍ରଜିତ ଦାଶ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.