Home ଜିଲ୍ଲା ପରିକ୍ରମା ଗାଁ ଚାଲ ଅଭିଯାନ’ରେ ଜନ ସମ୍ପର୍କ କଲେ ମନସ୍ମିତା, ପୁଣି ଥରେ ମୋଦି

ଗାଁ ଚାଲ ଅଭିଯାନ’ରେ ଜନ ସମ୍ପର୍କ କଲେ ମନସ୍ମିତା, ପୁଣି ଥରେ ମୋଦି

105

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପିର ‘ଗାଁ ଚାଲ ଅଭିଯାନ’ ଅବସରରେ ଭଦ୍ରକ ବିଧାନସଭା ଅନ୍ତର୍ଗତ ଗୋରାମାଟି ପଞ୍ଚାୟତରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ ଙ୍କ ନେତୃତ୍ୱରେ ଜନ ସମ୍ବାଦ କରାଯାଇଛି । ଶ୍ରୀମତୀ ଖୁଣ୍ଟିଆ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଲୋକହିତକାରୀ ଯୋଜନା ବିଷୟରେ ଜନ ସମ୍ପର୍କ କରିଥିଲେ । ସ୍ୱଛ ଭାରତ ଯୋଜନାରେ ଶୌଚାଳୟ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଉଜ୍ଜଳାଗ୍ୟାସ, ମାଗଣାରେ ରାସନ ଚାଉଳ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ,କିଷାନ ନିଧି ଯୋଜନାରେ କୃଷକ ମାନଙ୍କ ପାଇଁ ବାର୍ଷିକ ୬୦୦୦ ଟଙ୍କା, ଆହୁରି ଅନେକ କିଛି, ମୋଦିଙ୍କ ଗ୍ୟାରେଣ୍ଟି ବିକାଶ ଘରେ ଘରେ ପହଞ୍ଚିଛି ବୋଲି ଶ୍ରୀମତୀ ଖୁଣ୍ଟିଆ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ପଞ୍ଚାୟତ ସଭାପତି ଦୀନବନ୍ଧୁ ସାମଲ, ୱାର୍ଡ ମେମ୍ବର ବିଶ୍ୱନାଥ ଜେନା, ପ୍ରମୋଦ ସାହୁ, ବନମାଳୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.