Home ଜିଲ୍ଲା ପରିକ୍ରମା ଗଲୱାନ ସହିଦଙ୍କୁ ମୁସ୍‌ଲିମ୍ ଜମାତର ଶ୍ରଦ୍ଧାଞ୍ଜଳି

ଗଲୱାନ ସହିଦଙ୍କୁ ମୁସ୍‌ଲିମ୍ ଜମାତର ଶ୍ରଦ୍ଧାଞ୍ଜଳି

134

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଦାଖ ଓ ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ଅମର ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଭଦ୍ରକ ମୁସ୍‌ଲିମ୍ ଜମାତ । ସହିଦଙ୍କ ସ୍ମୃତିରେ ଏକ ମହମବତୀ ଶୋଭାଯାତ୍ରା ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀଙ୍କ ନେତୃତ୍ୱରେ ବାହାରି ମଦିନା ମଇଦାନ ଠାରେ ପହଞ୍ôଚଥିଲା । ଉପସ୍ଥିତ ଶତାଧିକ ଜମାତ ସଦସ୍ୟ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ଦେଶ ମାତୃକାର ସେବାରେ ବଳିଦାନ ଦେଇ ସେମାନେ ଅମର ହୋଇଯାଇଛନ୍ତି ବୋଲି ସଭାପତି ଶ୍ରୀ ବାରୀ କହିଥିଲେ । ସମଗ୍ର ଦେଶ ସେନାବାହିନୀ ପଛରେ ଅଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜମାତର ଯୁଗ୍ମ ସଂପାଦକ ଅବଦୁଲ ମୁକିତ୍ ଖାଁ, ଶେଖ୍ ସିରାଜୁଦ୍ଦିନ୍‌, ହାଜି କାଶିମ ଖାନ, ଆଇନ୍‌ଜୀବୀ ଜୁଲଫୁକାର ଅଲ୍ଲୀ, , ଅସରଫ ଅଲ୍ଲୀ, ସଇଦ ସାହା, କୟୁମ ସାହା, ଫିପଜୁର ଖାଁ, ଇଂ ମୁକ୍ତିଆର ଅହେମ୍ମଦ ରସିଦ, ମିଡିଆ ସେଲ୍ ସଂଯୋଜକ ଶେଖ୍ ଅନୱାର, ମିର୍ଜା ଇକ୍ରାମ ବେଗ୍‌, ଶେଖ୍ ଅବୁ କଲାମ, ଜାୱେଦ ଅଖତର, ସେଖ୍ ହବିବୁଲ୍ଲା, ମୁସ୍ତାକ ଗୌହର, ସଏଫ ଅଲ୍ଲୀ, ଅନୱାର କୋରେସିଙ୍କ ସମେତ ଶତାଧିକ ଜମାତ ସଦସ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.