Home ଓଡ଼ିଶା ଗର୍ଭବତୀ ଯୁବତୀ ଏଚ ଆଇ ଭି ଆକ୍ରାନ୍ତ ଜାଣି କଲା ଆତ୍ମହତ୍ୟା

ଗର୍ଭବତୀ ଯୁବତୀ ଏଚ ଆଇ ଭି ଆକ୍ରାନ୍ତ ଜାଣି କଲା ଆତ୍ମହତ୍ୟା

105

ବଲାଙ୍ଗୀର,୫-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର କୁମ୍ଭାର ପଡା ଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନାଯୋଗ୍ୟଯେ, ଗତ ଚାରି ମାସ ତଳେ ଉକ୍ତ ଗ୍ରାମର ମେଘନାଦ ଜାନି (ଛଦ୍ମ ନାମ) ନାମକ ଜଣେ ୨୫ ବର୍ଷୀୟ ଯୁବକ ସହ ବିବାହ କରିବା ଉଭୟଙ୍କ ପରିବାର ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା। ତେବେ ପୂର୍ବରୁ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଏପରି କି ସେମାନେ ଅହମଦାବାଦ ଯାଇ ପ୍ରାୟ ଚାରି ମାସ ରହି ଫେରି ଆସିଥିଲେ। ତେବେ ଉକ୍ତ ଯୁବତୀ ମିନା ସାହୁ ଛଦ୍ମନାମ ୩ ମାସର ଗର୍ଭବତୀ ଥିବା ନେଇ ଡାକ୍ତର ପାଖକୁ ଯାଇ ବିଭିନ୍ନ ପରୀକ୍ଷା କରି ତାଙ୍କର ଏଚ ଆଇ ଭି ଥିବା ଜାଣି ପାରି ଥିଲେ ଓ ଘରେ ସନ୍ଧ୍ୟା ୬ଟା ବେଳେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏ ନେଇ ବେଲ ପଡା ପୋଲିସ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.