Home ଜିଲ୍ଲା ପରିକ୍ରମା ଗର୍ଜିଲେ ଭଦ୍ରକ ବ୍ଲକ ଏନ୍‌.ପି.ଏସ୍ ଧାରି ପ୍ରାଥମିକ ଶିକ୍ଷକ

ଗର୍ଜିଲେ ଭଦ୍ରକ ବ୍ଲକ ଏନ୍‌.ପି.ଏସ୍ ଧାରି ପ୍ରାଥମିକ ଶିକ୍ଷକ

27

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଡ଼ାକରାରେ ଆଜି ଭଦ୍ରକ ବ୍ଲକର ନୂତନ ପେନ୍‌ସନ୍ ଧାରି ପ୍ରାଥମିକ ଶିକ୍ଷକମାନେ ୩ଦଫା ଦାବିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରଉ କରିଛନ୍ତି। ଭଦ୍ରକ ବ୍ଲକର ସଭାପତି ନିଳାଦ୍ରୀ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଶହ ଶହ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଏକ ପ୍ରତିବାଦ ସଭା କରିଥିଲେ। ଏହି ପ୍ରାଥମିକ ଶିକ୍ଷକମାନଙ୍କର ନିଯୁକ୍ତି ସମୟର ଶିକ୍ଷା ସହାୟକ ୬ବର୍ଷ ସମୟକୁ ଚାକିରିରେ ଗଣନା କରି ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରିୟ ହାରରେ ଦରମା ଦେବା ଏବଂ ନୂତନ ପେନ୍‌ସନ୍ ପରିବର୍ତ୍ତେ ପୁରୁଣା ପେନ୍‌ସନ୍‌କୁ ଲାଗୁ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାର ୫୭ ହଜାର ଠିକା କର୍ମଚାରୀଙ୍କ ଠିକା ଉଚ୍ଛେଦ କରି ଠିକା ସମୟକୁ ଚାକିରିରେ ଗଣନା କରାଯାଇ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରିଥିବାବେଳେ ପ୍ରାଥମିକ ଶିକ୍ଷକମାନେ ଏହି ସୁବିଧାରୁ ବଞ୍ଚିତହୋଇ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ପ୍ରକାଶ କରିଛନ୍ତି। ଏହି ଶିକ୍ଷକମାନେ ୨୦୦୧ ମସିହାରୁ ମାତ୍ର ୧୫୦୦ଟଙ୍କାରେ ଶିକ୍ଷା ସହାୟକ ପଦବୀରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ। ଏହି ଶିକ୍ଷା ସହାୟକ ୬ବର୍ଷ ସମୟକୁ ଚାକିରିରେ ଗଣନାକରି ଆର୍ଥିକ ସୁବିଧା ପ୍ରଦାନ କରାନଗଲେ ଆସନ୍ତା ୨୭ତାରିଖ ବିଧାନସଭା ଘେରଉ ସମୟରେ ଭଦ୍ରକରୁ ୩୦୦୦ରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ସାମିଲ୍ ହେବେ ବୋଲି ଜିଲ୍ଲା ସଭାପତି ଅରବିନ୍ଦ ଦୀକ୍ଷିତ୍ ରାଜ୍ୟ ସଂଗଠନ ସମ୍ପାଦକ ତବରେଜ ଖାଁ, ଜ୍ୟୋର୍ତିମୟୀ ଅଗସ୍ତି, ଚନ୍ଦକାନ୍ତ ଶୁକ୍ଳ, ଉତ୍ତମ ଦାସ, ଶୁକାନ୍ତ ନାୟକ, ପ୍ରଶାନ୍ତ ବାରିକ, ପିତାମ୍ବର ମିଶ୍ର, ଚନ୍ଦଭାନୁ ନାୟକ, ରାଜେନ୍ଦ୍ର ମଲ୍ଲିକ, ଜାବେଦ୍ ଅକ୍‌ତର, ସେଖ୍ ସଲାଉଦ୍ଦିନ୍‌, କୃତିବାଶ ରାଉତ ଓ ସୁନିତା ସାମନ୍ତ ପ୍ରମୁଖ ଦୃଢ଼ ଚେତାବନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.