Home ଜିଲ୍ଲା ପରିକ୍ରମା ଗରିବ ଓ ଅସହାୟ ପ୍ରସଙ୍ଗକୁ ନେଇ ସିଟୁ ଓ ସିପିଆଇଏମ୍‌ର ୧୩ ଦଫା ଦାବି

ଗରିବ ଓ ଅସହାୟ ପ୍ରସଙ୍ଗକୁ ନେଇ ସିଟୁ ଓ ସିପିଆଇଏମ୍‌ର ୧୩ ଦଫା ଦାବି

134

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଶ୍ରମଜୀବୀ ସଂଗଠନ ସିଆଇଟିୟୁ (ସିଟୁ) ଓ ସିପିଆଇ(ଏମ୍‌) ପକ୍ଷରୁ ଗରିବ ଓ ଅସହାୟଙ୍କ ପ୍ରସଙ୍ଗକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରୋନା ଜନିତ ସାମାଜିକ ଦୂରତ୍ୱ ବଜାୟ ରଖି ବିକ୍ଷୋଭ ପ୍ରଦର୍ଶନ ସହ ଏକ ୧୩ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲାପାଳ ଜ୍ଞାନ ଦାସଙ୍କୁ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭରେ ଦିବ୍ୟସିଂହ ନାୟକ, ରାଧା ଦାସ, ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ସେକ୍ କମର, ଲକ୍ଷ୍ମୀଧର ତ୍ରିପାଠୀ, ସେକ୍ ଅବଦୁଲ ରହେମାନ ପ୍ରମୁଖ ଯୋଗଦେଇ ପ୍ରବାସୀ ଓଡ଼ିଆମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶା ଆଣିବା, ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ୩ ମାସ ପାଇଁ ମାସିକ ୭ ହଜାର ୫ ଶହ ଟଙ୍କା ପ୍ରଦାନ କରିବା, ରାସନ୍ କାର୍ଡ ନଥିବା ପରିବାରକୁ ୧୦ କେଜି ଚାଉଳ ପ୍ରଦାନ, କୃଷକମାନଙ୍କର ସମସ୍ତ ଋଣ ଛାଡ କରିବା, ସର୍ବନିମ୍ନ ସହାୟକ ଦରରେ ଧାନ କ୍ରୟ କରିବା, ଛାତ୍ରଛାତ୍ରୀଙ୍କ ପାଠପଢାକୁ ଆଖି ଆଗରେ ରଖି ଦୂରଦର୍ଶନ ଓଡ଼ିଆ ଚ୍ୟାନେଲକୁ ବ୍ୟବହାର କରିବା, ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମସ୍ତ କ୍ଷତିପୂରଣ ପ୍ରଦାନ କରାଯିବା, ଜିଲାର ସମସ୍ତ ଉଠାଦୋକାନ ମାନଙ୍କୁ ମାସିକ ୭ ହଜାର ୫ ଶହ ଟଙ୍କା ପ୍ରଦାନ କରିବା, ରିକ୍ସା ଚାଳକ ଓ ଦର୍ଜିମାନଙ୍କୁ ୬ ମାସ ପାଇଁ ରାସନ୍ ଦେବା, ପୌରାଞ୍ଚଳରେ ଥିବା ଉଠାଦୋକାନୀଙ୍କର ତାଲିକାଭୁକ୍ତ କରାଯାଇଥିଲେ ମଧ୍ୟ ସେମାନେ ୩ ହଜାର ଟଙ୍କା ସହାୟତା ରାଶି ପାଇବାରୁ ବଂଚିତ ହୋଇଥିବାର ଘଟଣାର ତଦନ୍ତ କରାଯିବା ଭଳି ୧୩ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲକଡାଉନ୍‌, ସଟଡାଉନ୍‌, କର୍ଫ୍ୟୁ, ରେଡ୍ ଜୋନ୍ ଓ ସାମାଜିକ ଦୂରତ୍ୱ ରକ୍ଷା ହେଉଥିବାବେଳେ ଲୋକଙ୍କର ଜୀବନ ଜୀବିକା ଯେଭଳି ଅଚଳ ହୋଇପଡିଛି, ଜିଲା ପ୍ରଶାସନ ସେ ଦିଗରେ ବିଚାର ବିମର୍ଶ କରି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଉପରୋକ୍ତ ଦୁଇ ଶ୍ରମଜୀବୀ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.