Home ଜିଲ୍ଲା ପରିକ୍ରମା ଗତକାଲିର ଦ୍ୱନ୍ଦ୍ୱର ସମାଧାନ ହେଲା,ଜିଲା ମହୋତ୍ସବ ଭଦ୍ରାୟଣୀ-୨୦୨୬ ର ୩ୟ ସନ୍ଧ୍ୟା ଦର୍ଶକଙ୍କ ମନକୁ ବେଶ୍...

ଗତକାଲିର ଦ୍ୱନ୍ଦ୍ୱର ସମାଧାନ ହେଲା,ଜିଲା ମହୋତ୍ସବ ଭଦ୍ରାୟଣୀ-୨୦୨୬ ର ୩ୟ ସନ୍ଧ୍ୟା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଲା

6

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସନ୍ଧ୍ୟାରେ ଭଦ୍ରାୟଣୀ ୨୦୨୬ ଜିଲା ମହୋତ୍ସବ ସ୍ଥଳରେ ସଂଗଠିତ ହାଇଡ୍ରାମା ପ୍ରଶାସନର ହସ୍ତକ୍ଷେପ ପରେ ଉତେଜନା ମୂଳକ ପରିସ୍ଥିତି ଶାନ୍ତ ପଡିଥିଲା। ଜିଲା ପ୍ରଶାସନ ସହ ଅସନ୍ତୁଷ୍ଟ ଯୁବକମାନଙ୍କ ସହ ଦୀର୍ଘ ୨ ଘଂଟା ଧରି ଆଲୋଚନା ଚାଲିଥିଲା। ଏହି ଆଲୋଚନା ବୈଠକରେ ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶ୍ରୀ ସାମଲ ଏଭଳି ଉତେଜନା ମୂଳକ ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରି ଗଣମାଧ୍ୟମ ଜରିଆରେ ଯେଉଁ ସାମାନ୍ୟ ଦ୍ୱନ୍ଦ୍ୱ ଥିଲା, ତାହା ସମାଧାନ ହୋଇଛି ବୋଲି କହିବା ପରେ ୨ୟ ସନ୍ଧ୍ୟାର ଅବଶିଷ୍ଟ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ କୁହାଯାଉଛି ଯେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ ପରେ ଅସନ୍ତୁଷ୍ଟ ଯୁବକମାନେ ଶାନ୍ତ ପଡିଥିଲେ। ମହୋତ୍ସବ ସ୍ଥଳରେ ଗତକାଲି ଏଭଳି କାଣ୍ଡକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଆଜିର ୩ୟ ସନ୍ଧ୍ୟାରେ ଭଦ୍ରୟାଣୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ବିକେଏସଏସ ଭଣ୍ଡାରିପୋଖରୀ (ବାଗଦେବୀ ପାଲା ପରିଷଦ)ଙ୍କ ପାଲା ପ୍ରଦର୍ଶନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ହିମାଦ୍ରିତନୟ ପଣ୍ଡା, ସ୍ୱପ୍ନଜିତ ପାଢ଼ୀଙ୍କ କଳା ପ୍ରଦର୍ଶନ ଦର୍ଶକମାନଙ୍କ ମନକୁ ଛୁଇଁଥିଲା। ଅପରାଜିତା ଡାନ୍ସ ଷ୍ଟୁଡିଓ, ଅଭିପ୍ସା ଡାନ୍ସ ଗ୍ରୁପ୍ ଓ ଦର୍ଶନ ଏକାଡେମିଙ୍କ ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ହୋଇଛି। ଡ୍ୟାସିଂ ସିଦ୍ଧାର୍ଥ, ଝୁମର ଓ ତାପସ ଶଂଖୁଆଙ୍କ ପ୍ରଦର୍ଶନ ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏଥିସହ ଓଡ଼ିଆ ସିନେମା ଅଭିନେତା ସୋହନ ସିଂହଙ୍କ ଉପସ୍ଥିତି ମହୋତ୍ସବକୁ ଅଧିକ ମନୋରଂଜନ କରିଥିଲା। ଗାୟିକା ସୋହିନୀ ମିଶ୍ର ଓ ସଙ୍ଗୀତ ସରଗମ (ସୁମତି ପାଣ୍ଡା)ଙ୍କ ସୁମଧୁର ସଙ୍ଗୀତ ପ୍ରଦର୍ଶନ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ଶେଷରେ ସୋହିନୀ ମିଶ୍ର ଓ ସଙ୍ଗୀତ ସରଗମଙ୍କ ସଂଯୁକ୍ତ ପ୍ରଦର୍ଶନ ସହ କାର୍ଯ୍ୟକ୍ରମ ଶେଷ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.