Home ଜିଲ୍ଲା ପରିକ୍ରମା ଗଣେଶ ପୂଜା ଓ ମହରମ ପାଇଁ ସମନ୍ୱୟ କମିଟି ବୈଠକ

ଗଣେଶ ପୂଜା ଓ ମହରମ ପାଇଁ ସମନ୍ୱୟ କମିଟି ବୈଠକ

144

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଗଣେଶ ପୂଜା ଓ ମହରମ୍ ପାଳନ ନିମନ୍ତେ ଜିଲ୍ଳା ପ୍ରଶାସନ ପକ୍ଷରୁ ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠତ ହୋଇଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସ ବୈଠକରେ ଅଧ୍ୟକ୍ଷତା କରି କୋବିଡ଼ କଟକଣା ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ ଏହି ସମୟରେ ଦୁଇଟି ପିବତ୍ର ପର୍ବ ପଡୁଥିବାରୁ ଏହାକୁ କୋବିଡ ଆଇନାନୁଯାୟୀ ପାଳନ କରିବାକୁ ଅନୁରୋଧ କରିଥିଲେ । ବିଶେଷ କରି ଧର୍ମାନୁଷ୍ଠାନରେ କଟକଣା ଜାରି ରହିଛି । ଏଠାରେ ଭକ୍ତଙ୍କୁ ଏକତ୍ରିତ ହେବା ପାଇଁ ମନା କରାଯାଇଛି । ସେଥିଲାଗି ଆସନ୍ତା ଗଣେଶ ପୂଜା କେବଳ ସ୍ଥାୟୀ ମନ୍ଦିର ମାନଙ୍କର ଦୁଇଜଣ ପୁରୋହିତଙ୍କୁ ନେଇ ପୂଜା କରାଯିବ ଏବଂ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ ବୋଲି ଜିଲ୍ଲାପାଳ ଡ. ଦାସ ସୂଚନା ଦେଇଥିଲେ । ଏହା ବ୍ୟତୀତ ଅସ୍ଥାୟ ଭାବେ ଟେଣ୍ଟ କରି କୌଣସି ପୂଜା ହୋଇ ପାରିବ ନାହିଁ କି କୌଣସି ସ୍ଥାୟୀ ମନ୍ଦିର ନିକଟରେ ଭିଡ କରାଯାଇ ପାରିବ ନାହିଁ । ମନ୍ଦିର ନିକଟରେ ବ୍ୟାରିକେଟ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ସେହିଭଳି ମହରମ ପର୍ବ କେବଳ ୫ଜଣଙ୍କୁ ନେଇ ନମାଜ ପାଠ କରିବାକୁ କୁହାଯାଇଛି । ଏହା ବ୍ୟତୀତ ସମସ୍ତ ମୁସଲମାନ ସେମାନଙ୍କ ଘରେ ନମାଜ ପାଠ କରିବେ । କୌଣସି ଶୋଭାଯାତ୍ରା ହୋଇ ପାରିବ ନାହିଁ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ପର୍ବ ପାଳନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଏବଂ ସମସ୍ତେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ଜିଳ୍ଲାପାଳ ଅନୁରୋଧ କରିଥିଲେ । ଏହି ବୈଠକରେ ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ଏସ୍‌ପି କୈଳାସ ପରିଡା, ଚଉଦମହଲା ମୁସ୍‌ଲିମ୍ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ, ହିନ୍ଦୁ ସୁରକ୍ଷା ସମିତିର ବିଦ୍ୟାଧର ସାହୁଙ୍କ ସମେତ ସମସ୍ତ ଗଣେଶ ପୂଜା କମିଟିର ସଭାପତି, ସମ୍ପାଦକମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.