Home Top News ଗଣଦୁଷ୍କର୍ମ ପରେ ଥାନାରେ ଅଭିଯୋଗ ଶୁଣାଣି ନାଁରେ ଥାନା ଇନଚାର୍ଜ, ନାବାଳିକାକୁ କ୍ୱାଟରକୁ ଡାକି କଲା...

ଗଣଦୁଷ୍କର୍ମ ପରେ ଥାନାରେ ଅଭିଯୋଗ ଶୁଣାଣି ନାଁରେ ଥାନା ଇନଚାର୍ଜ, ନାବାଳିକାକୁ କ୍ୱାଟରକୁ ଡାକି କଲା ଦୁଷ୍କର୍ମ

104

ନୂଆ ଦିଲ୍ଲୀ ୪-୫ (ଓଡ଼ିଆ ପୁଅ) ଖାକିରେ ଦାଗ! ପୁଣି ଲଜ୍ଜା। ଏହିପରି ଏକ ଅମାନବୀୟ ତଥା ଅଭାବନୀୟ ଖବର ଆସିଛି ଉତ୍ତରପ୍ରଦେଶର ଲଳିତପୁରରୁ। ଖବର ଅନୁଯାୟୀ, ଲଲିତପୁରରେ ଜଣେ ୧୩ ନାବାଳିକାକୁ ଉକ୍ତ ଗ୍ରାମର ୪ ଜଣ ଯୁବକ ତିନିଦିନ ଧରି ଭୋପାଳ ନେଇଯାଇ ଏକ ସ୍ଥାନରେ ଲୁଚାଇ ରଖି ଗଣଦୁଷ୍କର୍ମ କରିଥିଲେ। ଏହା ପରେ ସେମାନେ ସେଠାରୁ ଚାଲିଯାଇଥିଲେ। ଏହା ପରେ ନାବାଳିକାଟି ଅଭିଯୋଗ ନେଇ ଲଳିତପୁର ଥାନାକୁ ଯାଇଥିଲା। କିନ୍ତୁ ଥାନା ଇନଚାର୍ଜ ତାକୁ ଅଭିଯୋଗ ଶୁଣିବା ନାଁରେ ମଧ୍ୟ ଦୁଷ୍କର୍ମ କରିଥିଲା। ପରେ ଚାଇଲ୍ଡଲାଇକୁ ହସ୍ତାନ୍ତର କରିଥିଲା। ଏହା ପରେ ଅବଶ୍ୟ ଥାନା ଇନଚାର୍ଜ ସମେତ ଅନ୍ୟ ଚାରିଜଣ ଅପରାଧିଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା ଚାଲିଛି। ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଏ ନେଇ ସେ ଟ୍ୱିଟ କରି ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି।

ପ୍ରିୟଙ୍କା ତାଙ୍କ ଟ୍ୱିଟରେ ଲେଖିଛନ୍ତିଯେ, ଗଣଦୁଷ୍କର୍ମ ପରେ ଅଭିଯୋଗ କରିବାକୁ ଯାଇ ଥାନା ଇନଚାର୍ଜ ଦ୍ୱାରା ଦୁଷ୍କର୍ମ ହୋଇଥିବା ଦର୍ଶାଉଛିଯେ, “ବୁଲଡୋଜର” ଶବ୍ଦରେ ପ୍ରକୃତ ଆଇନ ଶୃଙ୍ଖଳାକୁ କିପରି ଦମନ କରାଯାଉଛି।

ଯଦି ମହିଳାଙ୍କ ପାଇଁ ପୋଲିସ୍ ଷ୍ଟେସନ୍ ସୁରକ୍ଷିତ ନୁହେଁ, ତେବେ ସେମାନେ ଅଭିଯୋଗ କରିବାକୁ କୁଆଡେ ଯିବେ?

ପୋଲିସ୍ ଷ୍ଟେସନରେ ମହିଳାଙ୍କ ନିୟୋଜନ ବୃଦ୍ଧି କରିବାକୁ, ପୋଲିସ୍ ଷ୍ଟେସନକୁ ମହିଳାମାନଙ୍କ ପାଇଁ ସୁରକ୍ଷିତ କରିବାକୁ ୟୁପି ସରକାର ଗମ୍ଭୀର ଭାବରେ ଚିନ୍ତା କରିଛନ୍ତି କି?

କଂଗ୍ରେସ ପାର୍ଟି ଏହାର ମହିଳା ମନିଫେଷ୍ଟୋରେ ମହିଳାଙ୍କ ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ରଖିଥିଲା।

ଏହିପରି ଘଟଣାକୁ ରୋକିବା ପାଇଁ ମହିଳାଙ୍କ ସୁରକ୍ଷା ତଥା ମହିଳା ଅନୁକୁଳ ଆଇନ ଏବଂ ଶୃଙ୍ଖଳା ପାଇଁ ଗମ୍ଭୀର ପଦକ୍ଷେପ ଗ୍ରହଣ କରିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.