Home Top News ଗଣତନ୍ତ୍ର ଦିବସରେ ଆତଙ୍କୀ ଆକ୍ରମଣ ଆଶଂଙ୍କା: ୯ ପୃଷ୍ଠାର ଆଲର୍ଟ ଜାରି କଲା ଆଇବି

ଗଣତନ୍ତ୍ର ଦିବସରେ ଆତଙ୍କୀ ଆକ୍ରମଣ ଆଶଂଙ୍କା: ୯ ପୃଷ୍ଠାର ଆଲର୍ଟ ଜାରି କଲା ଆଇବି

47

ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ୨୬ ଜାନୁଆରୀରେ ଆତଙ୍କବାଦୀ ଆକ୍ରମଣ ଆଶଂଙ୍କାକୁ ଦେଖି ଆଇବି, ପୋଲିସ ଏବଂ ଏଜେନ୍ସିଗୁଡ଼ିକୁ ସତର୍କ ସୂଚନା ଜାରୀ କରିଛି। ଏ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ଏକ ୯ ପୃଷ୍ଠାର ଆଲର୍ଟ ଜାରି କରିଛି। ତେବେ ଖାଲିସ୍ତାନ ମୁକ୍ତି ବାହିନୀ ବିଷୟରେ ମଧ୍ୟ ସୂଚନା ଜାରୀ କରାଯାଇଛି। ISI ନିର୍ଦ୍ଦେଶରେ ବଡ ନେତାଙ୍କ ଉପରେ ଆକ୍ରମଣର ଆଂଶଙ୍କା ଥିବାର ସତର୍କ ସୂଚନା ଜାରୀ କରିଛି ଏଜେନ୍ସି। ଏହା ସହ ସଂସଦ ଭବନର ସୁରକ୍ଷା କଡାକଡି କରାଯାଇଛି।

୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଅବସରରେ ପରେଡରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଅଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା, ଜୈଶ, ହରକତ -ଉଲ-ମୁଜାହିଦ୍ଦିନ, ହିଜବୁଲ-ଉଲ-ମୁଜାହିଦ୍ଦିନ ଏବଂ ପାକିସ୍ଥାନ-ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ VVIP କୁ ଟାର୍ଗେଟ କରିପାରନ୍ତି ବୋଲି ଆଲର୍ଟ ସୂଚନା ଜାରୀ କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

ଅପରପକ୍ଷରେ ଆତଙ୍କବାଦୀମାନେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିପାରନ୍ତି ବୋଲି ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି।

କେବଳ ଏତିକି ନୁହେଁ, ଆଇବି ଏକ ସତର୍କ ସୂଚନା ଜାରି କରି ଦିଲ୍ଲୀ ପୋଲିସକୁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛି।

ବିଭିନ୍ନ ରିପୋର୍ଟ ଅନୁଯାୟୀ, ଖାଲିସ୍ତାନ ଲିବରେସନ ଫୋର୍ସ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ଭାରତର ବରିଷ୍ଠ ନେତା ଭିଭିଆଇପିଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛି ବୋଲି ଏକ ଆଲର୍ଟ ସୂଚନା ଜାରୀ କରାଯାଇଛି।

ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ ପ୍ରତି ବିପଦ ଆଶଙ୍କା କରି ଆଇବି ସମୁଦାୟ ୩୨ ପଏଣ୍ଟରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କହିଛି। ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ ଏବଂ ହରିୟାଣା ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ଜାନୁଆରୀ ୧୪ ରେ RDX ର IED ମିଳିବା ପରେ ଦିଲ୍ଲୀ ପୋଲିସ୍ ର ନିଦ ହଜିଯାଇଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ବିଶେଷ କରି ସଂସଦ ଗୃହ ଏବଂ ଲାଲକିଲ୍ଲା ଚାରିପାଖରେ ସୁରକ୍ଷା କଡାକଡି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.