Home ଓଡ଼ିଶା ଗଞ୍ଜେଇ ସହ କାର ଜବଦ, ୪ ଅଟକ , ପୋଲିସ ଦ୍ୱାରା ପଚରା ଉଚୁରା ,

ଗଞ୍ଜେଇ ସହ କାର ଜବଦ, ୪ ଅଟକ , ପୋଲିସ ଦ୍ୱାରା ପଚରା ଉଚୁରା ,

172

ବାହାନଗା,୮ ।୨(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲାର ଖ଼ନ୍ତାପଡ଼ା ଥାନା ସେରଗଡ଼ ଟୋଲ ପ୍ଲାଜା ନିକଟରେ ସେରଗଡ଼ ପୋଲିସ ଦ୍ୱାରା ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ତାହାକୁ ଧରିବାକୁ ସମର୍ଥ ହୋଇଛି । ସୂଚନା ଅନୁସାରେ ସୋମବାର ପୂର୍ବାହହ୍ନରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଫଳରେ ସେରଗଡ଼ ଫାଣ୍ଡି ପୋଲିସ ସେଠାରେ ଜଗି ରହି ଥିଲା । ଫଳରେ (ଓଡ଼ି ୧୦ପି ୪୬୬୪) ନମ୍ବର କାରକୁ ଅଟକାଇ ସେଥିରେ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ବାହାରି ଥିଲା । ଗଞ୍ଜେଇ ଗୁଡ଼ିକ ଗାଡ଼ି ଡିକି ଓ ସିଟରେ ଥିବାର ପୋଲିସ ଜବଦ କରି ଥିଲା । ଏବଂ ଖନ୍ତାପଡ଼ା ଥାନାଧିକାରୀଙ୍କୁ ଖବର ଦେଇଥିଲା । ଖବର ପାଇ ଥାନାଅଧିକାରୀ ପରେଶ କୁମାର ରାଉତ ସେଠାରେ ପହଞ୍ଚି କାର , ଗଞ୍ଜେଇ ଓ ସେଥିରେ ଥିବା ୪ଜଣକୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା କରିବା ପରେ ଗଞ୍ଜେଇ କୋରାପୁଟରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବାର ଜଣାପଡ଼ିଥିଲା । ପରେ ଉପରିସ୍ଥ ଅଧିକାରୀଙ୍କ ହେପାଜତରେ ଓଜନ ବେଳେ ତାହାର ପରିମାଣ ୧କ୍ୱିଣ୍ଟାଲ ୧୪କିଲୋ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.