Home କୋରାପୁଟ ଗଞ୍ଜେଇ ଯବତ ଓ୨ ଗିରଫ

ଗଞ୍ଜେଇ ଯବତ ଓ୨ ଗିରଫ

40

କୋରାପୁଟ ୧୭-୦୪ (ଓଡିଆ ପୁଅ /ରଂଜନ ଦାସ) ଲମତାପୁଟ ପୋଲିସ ଦ୍ୱାରା ଏକ କାର ସହ  ବିପୁଳ ପରିମାଣର  ଗଞ୍ଜେଇ  ଜବତ କରା ଯାଇଥିବା ବେଳେ ଚୋରା ଗଞ୍ଜେଇ  ବେପାରରେ ସମ୍ପୃକ୍ତ  ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ଗିରଫ ୨ଜଣ ହେଲେ ଦିଲ୍ଲୀର ପ୍ରେମାନନ୍ଦ ଓ ମୋହିତ ଶର୍ମା । ଗତକାଲି ରାତିରେ  ଲମତାପୁଟ ପୋଲିସ ପେଟ୍ରୋଲିଂ କରୁଥିବାବେଳେ  କାଡାମ ଛକରେ ଏକ ମହିନ୍ଦ୍ରା  ଏକ୍ସୟୁଭି କାରକୁ ଅଟକାଇ ଯାଂଚ କରିଥିଲା ।  ଚେକିଂ ସମୟରେ ଉକ୍ତ କାରରେ  ଗଞ୍ଜେଇ  ମିଳିଥିଲା । ପୋଲିସ ଟିମ କାରକୁ ଲମତାପୁଟ ଫାଣ୍ଡିକୁ ଆଣି ସେଥିରେ ଥିବା ଗଞ୍ଜେଇ  ଓଜନ କରିଥିଲେ ।  କାରରୁ ୫୧ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଏହାର ଆନୁମାନିକ  ମୂଲ୍ୟ  ୧ଲକ୍ଷ  ୫୦ ହଜାର ଟଙ୍କା ହେବ ବୋଲି  ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.