Home ଓଡ଼ିଶା ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ପୁଲିସ ଏଏସ ଆଇଙ୍କ ଘରେ ଭିନିଲାନ୍ସ ଚଢଉ,

ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ପୁଲିସ ଏଏସ ଆଇଙ୍କ ଘରେ ଭିନିଲାନ୍ସ ଚଢଉ,

67

ମାଲକାନଗିରି : ୨୮/୪ (ଓଡ଼ିଆ ପୁଅ) ଗତ ମାସକ ତଳେ ଗଞ୍ଜେଇ ଚାଲାଣ କାରୀଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ଓ ଚାକିରୀରୁ ନିଲମ୍ବିତ ହୋଇଥିବା ପୁଲିସ ଏଏସଆଇଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ଆରମ୍ଭ କରିଦେଇଛି। ଏବେ ଭିଜିଲାନ୍ସ ପଞ୍ଝାରେ ପଡ଼ିଯାଇଛନ୍ତି ମାଲକାନଗିରି ଜିଲ୍ଲା କର୍ତ୍ତନପାଲି ପୁଲିସ ଫାଣ୍ଡିର ପୂର୍ବତନ ଏଏସଆଇ ଜୟ ଦାସ ଖରା।

ଗତ ମାସକ ତଳେ ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପୂର୍ବତନ ଏଏସଆଇ ଜୟଦାସ ଖରା। ସେ ଅଳ୍ପଦିନ ତଳେ ଜାମିନରେ ଆସିବା ପରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ ଆରମ୍ଭ କରିଦେଇଛି। ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ।

ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି। ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି।

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପୋଲିସ ଫାଣ୍ଡି ଅଧିକାରୀ ଜୟଦାସ ଖରା ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କରେ ଥିଲେ। ସେ ମାଲକାନଗିରି ଜିଲ୍ଲାରୁ ଛତିଶଗଡକୁ ଗଞ୍ଜେଇ ଚାଲାଣ କରିବାରେ ମାଫିଆଙ୍କୁ ସହଯୋଗ କରୁଥିଲେ। ଏଥିପାଇଁ ସେ ଜେଲ୍ ଯାଇଥିଲେ। ତେବେ ଆଜି ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢଉ ଜାରିରଖିରିଛି।

ଚଢ଼ାଉ ବେଳେ ତିନୋଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ। ମାସକ ତଳେ ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ୍ ଯାଇଥିଲେ ଜୟଦାସ। ଜାମିନ୍ ପାଇବା ପରେ ପୋଲିସ୍ ହେଡ୍ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ। ଏହି ଚଢଉ ରେ ଭିଜିଲାନ୍ସ ଡ଼ିଏସପି ସୁଶାନ୍ତ କୁମାର ବିଶ୍ବାଳ, ଇନ୍ସପେକ୍ଟର କଳାବତୀ ବାଗ, ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ, ଇନ୍ସପେକ୍ଟର ବଙ୍କିମ ବବାଲିଙ୍କ ନେତୃତ୍ବରେ କୋରାପୁଟର ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ସୁନାବେଡା ଏଇଏଫ କଲୋନିରେ ଡିଏସପି ଅନନ୍ତ ମଲିକଙ୍କ ନେତୃତ୍ବରେ ଚଢାଉ ଜାରି ରହିଛି। ସେହିପରି କୋରାପୁଟରେ ନିଜର ୨ଟି ଘର ଓ ଶ୍ବଶୁର ଅବସରପ୍ରାପ୍ତ ଆରଆଇ ବିଜୟ କୁମାର ସୁନାଙ୍କ ଘରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ। କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚାକିରି କରି ବହୁ ବେନାମୀ କାମରେ ଲିପ୍ତ ରହି ବେଆଇନ ଭାବେ ଆୟ କରିଥିବା ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥବା ଜଣାପଡିଛି। ଚଢଉ ଚାଳିଥିବରୁ ସଠିକ ବିବରଣୀ ହସ୍ତଗତ ହୋଇପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.