ଭୁବନେଶ୍ୱର ୯-୫ (ଓଡ଼ିଆ ପୁଅ) ପୁଣି ଗଞ୍ଜାମ ଜିଲ୍ଲାରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଡ଼ୋଶୀ ଜିଲ୍ଲା ନୟାଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୬ ଆକ୍ରାନ୍ତ ହେଲେ ସମସ୍ତେ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୨୬ ବର୍ଷ, ୩୯ ବର୍ଷ, ୪୯ ବର୍ଷ, ୧୬ ବର୍ଷ, ୪୮ ବର୍ଷ, ଏବଂ ୪୫ ବର୍ଷ। ଏମାନଙ୍କର ଲକ୍ଷଣ ପ୍ରକାଶ ପାଉଥିଲା, ସମସ୍ତେ ସୁରାଟ ପେରନ୍ତା ଏବଂ କ୍ୱାରେଣ୍ଟାଇନରେ ଥିଲେ। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।
ସେହିପରି ନୟାଗଡ଼ରେ ଜିଲାରେ କରୋନା ପ୍ରଥମ ପ୍ରବେଶ କରିଥିବାବେଳେ ଓଡ଼ଗାଁ ବ୍ଳକ ଶରଣକୁଳ ନିକଟ କରଡ଼ା କ୍ୱାରେଂଟାଇନରେ ଥିବା ଜଣେ ୪୦ ବର୍ଷିୟ ଯୁବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ଯୁବକ ଜଣକ ଓଡ଼ଗାଁ ବ୍ଳକ ବଡ଼ପୁଟ ଗ୍ରାମର ହୋଇଥିବାବେଳେ ସେ ଗୁଜୁରାଟର ସୁରତରୁ ଫେରିଥିଲେ ଓ ତାଙ୍କୁ କରଡ଼ା କ୍ୱାରେଂଟାଇନରେ ରଖା ଯାଇଥିଲା।
ଏହା ସହିତ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୯ ହୋଇଥିବା ବେଳେ ଓଡ଼ିଶାରେ ୧୯ଟି ଜିଲ୍ଲା ଏବେ କରୋନା ସଂକ୍ରମିତ ଜିଲ୍ଲା ଭାବରେ ପରିଗଣିତ ହୋଇଛି।
ଗ୍ରୀନ ଜୋନରେ ଥିବା ନୟାଗଡ଼ ଜିଲା ପଡ଼ୋଶୀ ଜିଲା ଗଂଜାମରେ କରୋନା ସଂକ୍ରମଣ ସଂଖ୍ୟ ଦିନକୁ ଦିନ ବଢୁଥିବାବେଳେ ନୟାଗଡ଼ ଜିଲା ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଥିଲା। ଶନିବାର ନୟାଗଡ଼ ଜିଲାରେ କରୋନା ସଂକ୍ରମଣ ହୋଇଥିବା ଜଣେ ଜଣାପଡ଼ିବା ପରେ ସାରା ଜିଲାରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଓଡ଼ଗାଁ ବ୍ଳକ ଗଂଜାମ ଜିଲାର ସୀମାନ୍ତ ହୋଇଥିବାବେଳେ ଗଂଜାମବାସୀ କରୋନା ଭୟରେ ନୟାଗଡ଼ ଜିଲା ଗ୍ରୀନ ଜୋନ ଥିବାରୁ ଓଡ଼ଗାଁ ବ୍ଳକର ବନ୍ଧୁ ବାନ୍ଧବ ଗାଁ କୋମଣ୍ଡ, ସୁନାମୁହିଁ, ରୋହିବାଙ୍କ, ବାହାଡ଼ାଝୋଲା, ବେରୁଆଁବାରି, ଗୁମି, ଘଡ଼େଇବନ୍ଧ ଆଦି ପଂଚାୟତର ବିଭିନ୍ନ ଗାଁ ମାନଙ୍କୁ ପଶି ଆସିଆସିଥିବା ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଥିଲା। ଏବେ ନୟାଗଡ଼ ଜିଲା ଖୋଦ୍ କରୋନା ସଂକ୍ରମଣ ଭାବେ ସ୍ଥାନ ପାଇଥିବାରୁ ଗଂଜାମରୁ ନୟାଗଡ଼ ଜିଲା ଭିତରକୁ ପଶି ଆସିଥିବା ଲୋକଙ୍କ ପ୍ରବେଶ ନେଇ ଜିଲାବାସୀ ବେଶୀ ଭୟଭିତ ହୋଇପଡ଼ିଛନ୍ତି।
ଅପର ପକ୍ଷରେ ଗୋଟିଏ ଖୁସି ଖବର ମଧ୍ୟ ଆସିଛି। ଆଜି ରାଜ୍ୟରେ ୫ ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ବାଲେଶ୍ୱର ଜିଲ୍ଲାର ଏବଂ ଜଣେ ଯାଜପୁର ଜିଲ୍ଲାର।
ତେବେ ଯାଜପୁର ଜିଲ୍ଲାରେ ୫୫ ଜଣ ଆକ୍ରାନ୍ତ ଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି ୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଥିବା ବେଳେ ୩୨ ସୁସ୍ଥ ହୋଇଛନ୍ତି ୧୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୮୯ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ୮୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାରେ ୨୭ ଜଣ ଆକ୍ରାନ୍ତ ଥିବା ବେଳେ ୦୯ ସୁସ୍ଥ ହୋଇଛନ୍ତି ୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ସୁସ୍ଥ ହୋଇଛନ୍ତି ୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୦୬ ସୁସ୍ଥ ହୋଇଛନ୍ତି ୦୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡ଼ାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ଚିକିତ୍ସିତ ହେଉଛନ୍ତି। ଜଗତ୍ସିଂହପୁର ଜିଲ୍ଲାରେ ୦୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ୦୭ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲାଙ୍ଗୀର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଝାରସୁଗୁଡା ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଟକ ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଦେବଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ତେବେ ମୋଟ ୨୮୯ ଜଣ ଆକ୍ରାନ୍ତ ଥିବା ବେଳେ ୬୮ ସୁସ୍ଥ ହୋଇଛନ୍ତି ୨୨୪ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି।