Home ଜିଲ୍ଲା ପରିକ୍ରମା ଗଛରେ ପିଟି ହୋଇ ବାଇକି ଆରୋହୀ ମୃତ, ଦୁଇ ସାଙ୍ଗ ଗୁରୁତର

ଗଛରେ ପିଟି ହୋଇ ବାଇକି ଆରୋହୀ ମୃତ, ଦୁଇ ସାଙ୍ଗ ଗୁରୁତର

37

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଭଣ୍ଡାରିପଦି ଗ୍ରାମ ର ନାରାୟଣ ପ୍ରଧାନ ଙ୍କ ପୁଅ ଶୁଭମ ପ୍ରଧାନ ( ୩୦) ବାଇକି ଧକା ରେ ମୃତ୍ୟୁ ଘଟିଛି ଓ ତାଙ୍କର ଦୁଇ ସାଙ୍ଗ ବିକାଶ ପଳତା ଏବଂ ସୁଦାମ ଲେଙ୍କା ଗୁରୁତର ହୋଇ ଭଦ୍ରକ ଡ଼ାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।ଘଟଣା ରୁ ପ୍ରକାଶ ଯେ ଆଜି ଦିନ ୪ ବେଳେ ଭଣ୍ଡାରିପଦି ଅଂଚଳ ର ତିନି ସାଙ୍ଗ ଶୁଭମ, ବିକାଶ ଓ ସୁଦାମ ଏକ ବାଇକି ରେ ଧାମନଗର – ଚୁଡ଼ାକୁଟି ରାସ୍ତା ରେ ଘରକୁ ଫେରୁଥିବା ବେଳେ ରାପିତା ନିକଟରେ ଭାରଶ୍ୟାମ ହରାଇ ଏକ ଗଛ ର ବାଇକି କୁ ଧକା ଦେବା ଫଳରେ ତିନି ଜଣ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକ ସେମାନଙ୍କୁ ସଙ୍ଗେ ସଙ୍ଗେ ଧାମନଗର ଡ଼ାକ୍ତର ଖାନା କୁ ନେଇଥିଲେ।ସେଠାରେ ଶୁଭମ୍ ର ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ଙ୍କୁ ଗୁରୁତର ଅବସ୍ଥା ରେ ଭଦ୍ରକ ଡ଼ାକ୍ତର ଖାନା କୁ ପଠା ଯାଇଛି। ମୃତ ଶୁଭମ୍ ଜଣେ ମେଳାପୀ ଯୁବକ ଥିବାରୁ ତାଙ୍କର ଏହି ଅକାଳ ବିୟୋଗ ରେ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.