Home ଜିଲ୍ଲା ପରିକ୍ରମା ଗଛମଣିଷ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା ସଭା

ଗଛମଣିଷ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା ସଭା

3

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗଛମଣିଷ ଅନୁଷ୍ଠାନ ପକ୍ଷରୁ ଭଦ୍ରକର ବାଗୁରାଇ ଠାରେ ଏକ ବୃକ୍ଷରୋପଣ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମନୋରଂଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟ ନିର୍ଦ୍ଦେଶକ ନିର୍ମଳ ରାଉତ ମୁଖ୍ୟଅତିଥି, ସାମ୍ବାଦିକ ରବିନାରାୟଣ ଖିଲାର ମୁଖ୍ୟବକ୍ତା, ବରିଷ୍ଠ ନାଗରିକ ପରିଷଦର ସଭାପତି ବାମନ ଚରଣ ରାଉତ ସମ୍ମାନିତ ଅତିଥି, ଶୁଭମ ସ୍ୱେଚ୍ଛାସେବୀ ସଂଗଠନର ସଂପାଦକ ନରେନ୍ଦ୍ର ସାମଲ, ୮ନଂ ୱାର୍ଡର କାଉନ୍‌ସିଲର ସ୍ୱାଗତିକା ନାୟକ, ଗଛମଣିଷର ସଭାପତି ଦେବୀପ୍ରସାଦ ନାଗବର୍ମା, ସଂପାଦିକା ସଂଯୁକ୍ତାବଳ ନାୟକ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗଛମଣିଷର ମାର୍ଗଦର୍ଶକ ନିରନ ନାୟକ, ଉପସଭାପତି ଅଶୋକ ନାୟକ, ପଂଚାନନ ନାୟକ, ସହ ସଂପାଦକ ସୁଧାଶଙ୍କର ବରାଳ, କୋଷାଧ୍ୟକ୍ଷ ମନୋରଂଜନ ପଢିଆରୀ ଓ ତାପସ ରଂଜନ ମହାପାତ୍ର, ଦମୟନ୍ତୀ ରାଉତ, ସସ୍ମିତା ମିଶ୍ର, ରେଣୁବାଳା ନାୟକ, ଅନିତା ନାୟକ, ଅନିଲ କୁମାର ନାୟକ ଓ ବହୁ ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.