Home ଓଡ଼ିଶା ଗଛକୁ ପିଟିହେଲା ବାଇକ, ଚାଳକ ମୃତ୍ୟୁ

ଗଛକୁ ପିଟିହେଲା ବାଇକ, ଚାଳକ ମୃତ୍ୟୁ

273

ବାଲିଗୁଡା, ୨୯/୨- (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବାଇକ ଭାରସାମ୍ୟ ହରାଇ ଗଛକୁ ପିଟିହୋଇ ଚାଳକଙ୍କ ମୃତ୍ୟୁ ହୋଇଅଛି। ଘଟଣାଟି ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତରେ। ସୁଡ୍ରା ପଂଚାୟତର ଡୁଙ୍ଗେଲକିଆ ଗ୍ରାମର ଲକେ ମଳିକ(୪୦) ହିରୋ ସିଡି ଡିଲକ୍ସ ଓଡି୧୨-୫୯୩୮ ଗାଡିରେ ଜାର୍ଗି ଯାଉଥିଲେ। ଯିବା ସମୟରେ ସୁଡ୍ରା ହାଇସ୍କୁଲ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଥିଲା।

ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ଦେଖିବା ପରେ ଅଂଚଳବାସୀ ଘଟଣା ସ୍ଥଳକୁ ଆସିଥିଲେ ଏହାପରେ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି ଓ ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.