Home ଜିଲ୍ଲା ପରିକ୍ରମା ଖେରଙ୍ଗ ପଂଚାୟତର ସରପଂଚ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଆକ୍ରମଣ ଓ ଦଳୀୟ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ଚାନ୍ଦବାଲି...

ଖେରଙ୍ଗ ପଂଚାୟତର ସରପଂଚ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଆକ୍ରମଣ ଓ ଦଳୀୟ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣାରେ ଚାନ୍ଦବାଲି ଥାନା ଘେରାଉ

2

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖେରଙ୍ଗ ପଂଚାୟତର ବିଜେପି କର୍ମୀଙ୍କ ବିରୋଧରେ ଚାନ୍ଦବାଲି ଥାନା ସମ୍ମୁଖରେ ବିଜେଡ଼ିର ନିରବ ପ୍ରତିବାଦ । ଚାନ୍ଦବାଲି ବ୍ଲକର ଖେରଙ୍ଗ ପଂଚାୟତରେ ବିଜେପି କର୍ମୀଙ୍କ ଆକ୍ରୋଶ ଅତିଷ୍ଠ ସାଧାରଣ ଜନତା ବୋଲି ମତପ୍ରକାଶ କରିଛନ୍ତି ବିଜେଡି କର୍ମି । ଜୋର ଜବରଦସ୍ତ ବିଜେପି ଦଳରେ ସାମିଲ ହେବାକୁ ବାଧ୍ୟ କରାଯାଉଛି ,ଯଦି କେହି ଦଳରେ ସାମିଲ ନ ହେଉଛି ତାଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଛନ୍ତି ଶାସକ ଦଳ । ଦୁଇଦିନ ତଳେ କୈାଣସି ଏକ କଥାକୁ ନେଇ ପଂଚାୟତର ସରପଂଚ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଆକ୍ରମଣ କରିଥିଲେ ବିଜେପି କର୍ମୀ । ଯାହାକୁ ନେଇ ଚାନ୍ଦବାଲି ଥାନାରେ ସରପଂଚ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଘଟଣାରେ ମଙ୍ଗଳବାର ରାତିରେ ଉଭୟ ଗୋଷ୍ଠୀରୁ ୬ ଜଣକୁ ଉଠାଇ ନେଇ ଥିଲା ଚାନ୍ଦବାଲି ପୋଲିସ । ଏଥିରେ ଉତକ୍ଷିପ୍ତ ହୋଇ ଆଉ କିଛି ବିଜେପି କର୍ମୀ କିଛି ମହିଳାଙ୍କୁ ଧରି ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଖେରଙ୍ଗ ଛକ ନିକଟରେ ରାସ୍ତା ଉପରେ ଘଂଟା ଘଂଟା ଧରି ବସି ରହି ଚାନ୍ଦବାଲି ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଟକ ରଖିଥିବା ବିଜେପି କର୍ମୀଙ୍କୁ ଛାଡି ବା ସହ ସରପଂଚ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ । ଗତକାଲି ପ୍ରାୟ ୬ଘଂଟାରୁ ଉର୍ଦ୍ଧ୍ୱ ଖେରଙ୍ଗ ବଜାରରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସବୁଠାରୁ କୌତୁହଳର ବିଷୟ ହେଉଛି ରାସ୍ତାରେ ଟାୟାର ଜାଳି ,ବାଡ଼ ବାନ୍ଧି ରାସ୍ତା ଅବରୋଧ କରିଥିଲେ ମଧ୍ୟ ପୋଲିସ ବା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଂଚିବାକୁ ସାହସ କରି ନ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯାହାର ସୁଯୋଗ ନେଇ ବିକ୍ଷୋଭ କାରୀ ମାନେ ଖେରଙ୍ଗ ବଜାରରେ ଥିବା ବିଜୁ ଜନତା ଦଳର କାର୍ଯ୍ୟାଳୟର ସଟର ଭାଙ୍ଗି ଟେବୁଲ, ଚେୟାର, ଟିଭି ,ଫ୍ୟାନ,ଏସି ଆଦି ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ଖେରଙ୍ଗ ବଜାରରେ ଥିବା ସରକାରୀ ବସଷ୍ଟାଣ୍ଡକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ । ତା ସହିତ ବିଜେଡି କର୍ମୀମାନେ କରିଥିବା ୪ଟି ଦୋକାନକୁ ମଧ୍ୟ ଭାଙ୍ଗି ଲୁଟି ନେଇଥିବା ଅଭିଯୋଗ ହୋଇଛି । ବିକ୍ଷୋଭ ଆଳରେ ବେଶ କିଛି ସମୟ ଖେରଙ୍ଗ ବଜାରରେ ଆତଙ୍କ ରାଜ ଚଳାଇଥିଲେ ବିଜେପି କର୍ମୀ ମାନେ ବୋଲି ବିଜେଡି କର୍ମି ମାନେ ମତପ୍ରକାଶ କରିଛନ୍ତି । ଘଟଣାସ୍ଥଳକୁ ନ ଆସି ଶେଷରେ ରାଜନୈତିକ ଚାପରେ ଚାପି ହୋଇ ପୋଲିସ ଉଠାଇ ଥିବା ଜଣେ ଆଗ ଧାଡିର କର୍ମୀଙ୍କୁ ଛାଡିବା ପରେ ରାସ୍ତାରୋକ ହଟିଥିଲା । ମାତ୍ର ଏବେବି ଖେରଙ୍ଗ ପଂଚାୟତର ଚ୍ଚାପା ଉତେଜନା ଲାଗି ରହିଛି । ଯାହାକୁ ନେଇ ଆଜି ଚାନ୍ଦବାଲି ବିଜୁ ଜନତା ଦଳର କାର୍ଯ୍ୟକର୍ତା ମାନେ ଚାନ୍ଦବାଲି ଥାନା ସମ୍ମୁଖରେ ନିରବ ପ୍ରତିବାଦ କରିବା ସହ ଥାନା ଆଗରେ ବସି ରହିଛନ୍ତି । ଖେରଙ୍ଗ ପଂଚାୟତର ଆତଙ୍କ ରାଜ ସୃଷ୍ଟି କରିଥିବା ବିଜେପିର ଗୁଣ୍ଡା ମାନଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରତିବାଦ କରୁଛି ବିଜେଡ଼ି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.