ନୂଆ ଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ଖାଦ୍ୟଶସ୍ୟ ମଣ୍ଡିରେ ହୋଇଛି ବଡ଼ ଧରଣର ଅଗ୍ନିକାଣ୍ଡ। ୩୫ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳକୁ ଦମକଳ ବାହୀନୀ ଆମ୍ବୁଲାନ୍ସ ପହଁଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣି ଅକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ସାମନାକୁ ଆସିଛି। ରାଣୀ ଝାନ୍ସୀ ରୋଡ ସ୍ଥିତ ଖାଦ୍ୟଶସ୍ୟ ମଣ୍ଡିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନା ପରେ ସ୍ଥାନୀୟ ଥାନା ପୋଲିସ୍ ଏବଂ ଫାୟାର ବ୍ରିଗେଡ ଗାଡ଼ି ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି। ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ ୪୩ ଲୋକମାନଙ୍କର ମୃତ୍ୟୁ ହୋଇଛି। ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଅନେକ ଲୋକଙ୍କୁ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଅଗ୍ନିକାଣ୍ଡ ଏହା ଘଟଣା ଏକ କାଗଜ ପେଟୀର ଫ୍ୟାକ୍ଟ୍ରୀରେ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ହସ୍ପିଟାଲରେ ଲାଗିଛି ପରିଜନମାନଙ୍କର ଭିଡ଼
ଅଗ୍ନିକାଣ୍ଡରେ ଶିକାର ହୋଇଥିବା ଲୋକମାନଙ୍କର ପରିଜନମାନେ ଲୋକନାୟକ ଜୟପ୍ରକାଶ ହସ୍ପିଟଲ (LNJP) ଚିକିତ୍ସା ପାଇଁ ଅଣାଯାଇଥିବା ପରିଜନମାନଙ୍କର ବିଷୟରେ ଜାଣିବା ପାଇଁ ଭିଡ଼ ଜମାଇଛନ୍ତି। ଦମକଳ ବିଭାଗର ୩୦ରୁ ଉର୍ଦ୍ଧା୍ୱ ଗାଡ଼ି ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।