Home କେନ୍ଦୁଝର ଖାତା କଲମ ବଦଳରେ କୋଦାଳ ଧରି ଅନ୍ୟର ମୁଲ ଲାଗୁଛି ମେଧାବି ଛାତ୍ରୀ

ଖାତା କଲମ ବଦଳରେ କୋଦାଳ ଧରି ଅନ୍ୟର ମୁଲ ଲାଗୁଛି ମେଧାବି ଛାତ୍ରୀ

124

ହାଟଡ଼ିହି,୧୭ /୭/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଗରିବ ପିଲାମାନଙ୍କ ଶିକ୍ଷାଦାନ ପାଇଁ କରିଛନ୍ତି ଅନେକ ଯୋଜନା । କିନ୍ତୁ ସେ ଯୋଜନା ସବୁ କାଗଜ କଲମରେ ସିମୀତ ରହିଯାଉଥିବାବେଳେ ସଫଳ ରୁପାୟନ ହୋଇପାରୁନି । ମାଟ୍ରିକ ପରୀକ୍ଷାରେ ୫୧୧ମାର୍କ ରଖିଥିବା ଜଣେ ଆଦିବାସୀ ଛାତ୍ରୀ ନିଜର ପରିବାର ଚଳାଇବା ଓ ଉଚ୍ଚଶିକ୍ଷା ପାଇଁ ଖାତା କଲମ ଧରିବା ବଦଳରେ ଏବେ କୋଦାଳ ଧରି ଅନ୍ୟଘରେ ମୁଲ ମଜୁରୀ ଲାଗୁଛି । ଏପରି ଜଣେ ଛାତ୍ରୀଙ୍କୁ ଦେଖିବାକୁ ମିଳିଛି ଢ଼େଙ୍କା ପଞ୍ଚାୟତ ସଂଗମ ଗ୍ରାମରେ । ଗ୍ରାମର ସାଲଖାନ ଟୁଡୁଙ୍କ ଝିଅ ରାଣୀ ହେମ୍ରମ । ପରିବାର ଲୋକେ ପାଠ ପଢ଼ାଇବାକୁ ଚାହୁଁ ନଥିବାବେଳେ ସୁନ୍ଦରାପାଳ ସ୍କୁଲର ଶିକ୍ଷକ ମାନେ ତାଙ୍କୁ ବାଧ୍ୟକରି ସାର୍ଟିଫିକେଟ ଆଣି ତାଙ୍କ ସ୍କୁଲରେ ନାମ ଲେଖାଇ ପଢିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ସେ ସୁନ୍ଦରାପାଳ ହାଇସ୍କୁଲରେ ଅନେକ ଦୁଃଖ କଷ୍ଟକରି ଶିକ୍ଷାଲାଭ କରୁଥିବାବେଳେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୧୧ ଅର୍ଥାତ ଶତକଡା ୮୫ଭାଗ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି । ସେ ବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ଥିବାବେଳେ ଅନେକ ବୃତ୍ତୀ ପରୀକ୍ଷାରେ ସଫଳତା ମଧ୍ୟ ହାସଲ କରିଥିଲେ । ତାଙ୍କ ବାପା ସାଲଖାନ ମୁର୍ମୁ ଜଣେ ମାନସିକ ରୋଗୀ ଥିବାବେଳେ ପାଠ ନପଢ଼ିବାପାଇଁ ବାଧ୍ୟ କରିବା ସହିତ ଦିନେ ଏକ ମାରଣାସ୍ତ୍ର ଧରି ଗୋଡାଇବାରୁ ରାଣୀ ଯାଜପୁରର ନିଜ ମାମୁଁଙ୍କ ଘରେ ଯାଇ ତିନିମାସ ଲୁଚି ରହିଥଲା । ବାପାଙ୍କ ଦେହାନ୍ତ ହୋଇଯିବାପରେ ମା ମାନସିକ ଭାବେ ଭାଙ୍ଗିପଡିଥିବାରୁ ପରିବାର ଚଳାଇବା ତାଙ୍କପାଇଁ କଷ୍ଟକର ହୋଇପଡିଛି । ସେ ପାଠପଢ଼ିବା ସମୟରେ ମଧ୍ୟ ରବିବାର ଓ ଛୁଟି ଦିନ ମାନଙ୍କରେ ଅନ୍ୟର ମୁଲ ମଜୁରୀ ଲାଗି ଯାହା ପାଏ ସେଥିରେ ସ୍କୁଲ ପୋଷାକ, ଯୋତା ଅ÷ାଦି କିଣିଥାଏ । ଏବେ ଘରେ ବିଧବା ମା, ଭାଇ, ଓ ଆଉଜଣେ ଭଉଣୀଙ୍କ ମୁହଁରେ ଦାନା ଦେବାପାଇଁ ରାଣୀ ନିୟମିତ ମୁଲ ମଜୁରୀ ଲାଗିବାକୁ ଯାଉଛି । ସେ ପାଠପଢ଼ିବାକୁ ବହୁତ ଆଗ୍ରହୀ ଥିବାବେଳେ ପାଢ଼ପଢ଼ି ଜଣେ ଡାକ୍ତର ହେବାକୁ ଆଶା ରଖିଥିବା କହିଛନ୍ତି । ସେ ସୋସୋ ଗାଁକୁ କାମ କରିବାକୁ ଯାଉଥିବା ସମୟରେ ହାଟଡିହି ବ୍ଲକ ଅଙ୍ଗନବାଡି ସୁପରଭାଇଜର ନିରୁପମା ରାଉତଙ୍କ ନଜରରେ ପଡିବାରୁ ସେ ତାର ଦୁଃଖ କାହାଣୀ ଶୁଣିବାପରେ ସହଯୋଗ କରିବାପାଇଁ ହାତ ବଢ଼ାଇଛନ୍ତି । ବଣମଲ୍ଲୀ ବଣରେ ଫୁଟି ଝଡି ନପଡୁ, ତାହାର ବାସ୍ନା ଯେପରି ସୁଦୁର ପ୍ରସାରୀ ହୋଇ ଚତୁର୍ଦିର୍ଗକୁ ମହକାଉ ବୋଲି ଶ୍ରୀମତୀ ରାଉତ ଆଶାବ୍ୟକ୍ତ କରି ସହାୟତା ଯୋଗାଇ ଦେବାକୁ ସରକାର ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଙ୍କୁ ନିବେଦନ କରିଛନ୍ତି । ସେହିପରି ଗଡଚଣ୍ଡୀ ହାଇସ୍କୁଲ ସୁନ୍ଦରାପାଳର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନିଙ୍କ କହିବାନୁଯାଇ ଉକ୍ତ ଛାତ୍ରୀ ଜଣକ ନିୟମିତ ସାଇକେଲ ଧରି ୭/୮କିଲୋମିଟର ଦୁର ଆସି ପାଢ଼ ପଢ଼ୁଥିଲା । ପରିବାରର ଆକଟ ସତ୍ତ୍ୱେ ତାର ପାଠ ପଢ଼ିବାପାଇଁ ପ୍ରବଳ ଇଛା ଥିବାରୁ ଆମେ ତାକୁ ସବୁପ୍ରକାର ଯତ୍ନ ନେଉଥିଲୁ । ଏପରିକି ସେ ବିଦ୍ୟାଳୟର ବିଭିନ୍ନ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରି ବୃତ୍ତି ପାଇବାକୁ ଯୋଗ୍ୟ ହୋଇଥିଲା । ଏପରିକି ସେ ଥରେ ୨୪ହଜାର ଟଙ୍କା ବୃତ୍ତି ପାଇବାପରେ ତାର ଯଙ୍କାକୁ ବାପ ନେଇ ମଦଖାଇ ଉଡାଇ ଦେଇଥିଲା । ରାଣୀ ଭଲ ପାଢ଼ ପଢ଼ି ଜଣେ ଡାକ୍ତର ହେବାକୁ ଆଶା ବାନ୍ଧିଥିବାବେଳେ ଯଦି ଉପଯୁକ୍ତ ସହାୟତା ଓ ସହଯୋଗ ମିଳନ୍ତା ତେବେ ଏହି ଆଦିବାସୀ ଝିଅଟିର ସ୍ୱପ୍ନ ପୁରଣ ହୋଇ ପାରନ୍ତା ବୋଲି ଶ୍ରୀଯୁକ୍ତ ଶାସିନି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.