Home ଜିଲ୍ଲା ପରିକ୍ରମା ଖବର ପ୍ରକାଶ ପରେ ରାସ୍ତା ମରାମତି ହେଲା

ଖବର ପ୍ରକାଶ ପରେ ରାସ୍ତା ମରାମତି ହେଲା

72

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୫ ତାରିଖରେ “ସାମାନ୍ୟ ବର୍ଷାରେ ଆଗରପଡ଼ା ବଜାର ଜଳମଗ୍ନ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ରାସ୍ତା ମରାମତି ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ;ଆଗରପଡ଼ା ମୁଖ୍ୟ କଲେଜଛକ ଠାରୁ ତାରିଣୀଛକ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମିତ ହେଉଥିବା ରାସ୍ତା ବର୍ତ୍ତମାନ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଯଦ୍ୱାରା ସାମାନ୍ୟ ବର୍ଷାହେଲେ ରାସ୍ତା ଉପରେ ପାଣି ଜମି ରହି ହ୍ରଦର ଭ୍ରମ ସୃଷ୍ଟି କରୁଛି । ଉକ୍ତ ଛକଟି ସଦା ସର୍ବଦା ଜନଗହଳି ହେଉଥିବା ବେଳେ ଗାଡ଼ି ମଟର ଯାତାୟତ ଲାଗି ରହିଥାଏ । ରାସ୍ତା ଉପରେ ପାଣି ଜମି ରହିବାରୁ ଲୋକମାନଙ୍କର ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଅପରପକ୍ଷେ ଏହି ରାସ୍ତାର ହରିଗଙ୍ଗା ପୋଲଟି ଅଧପନ୍ତରିଆ ଅବସ୍ଥାରେ ଥିବାରୁ ନିର୍ଦ୍ଧାରିତ ସମୟରେ ଏହି ରାସ୍ତାକାର୍ଯ୍ୟ ସଂମ୍ପୂର୍ଣ୍ଣ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁ ନିର୍ମିତ ହେଉଥିବା ରାସ୍ତାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାକି ବିଭାଗର କାର୍ଯପନ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସରକାର ସୂଚନା ଫଳକ ନିର୍ମାଣ ଓ ସୂଚନା ଲେଖିବା ବାଧ୍ୟତାମୂଳକ କରିଥିବା ଓ ସର୍ବସାଧାରଣରେ ସରକାର କେଉଁ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି,କେତେ ଅର୍ଥ ପ୍ରଦାନ କରିଛନ୍ତି । କାହା ନାମରେ କାର୍ଯ୍ୟଦେଶ ରହିଛି,କେଉଁ ଅଧିକାରୀ ତଦାରଖ କରୁଛନ୍ତି ଏବଂ କାର୍ଯ୍ୟାଦେଶର ଆରମ୍ଭ ଆଦି ସଂପର୍କରେ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ରହିଥିବା ବେଳେ ବିଭାଗ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି କାର୍ଯ୍ୟ କରି ଚାଲିଛି । ତେଣୁ ସର୍ବସାଧାରଣରେ ସୂଚନା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟସ୍ଥଳୀ ନିକଟରେ ସୂଚନା ଫଳକ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି । ଏନେଇ ବିସୃତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଇତି ମଧ୍ୟରେ ରାସ୍ତା ମରାମତି ହୋଇଥିବାର ଜଣାପଡ଼ିଛି କିନ୍ତୁ ସୂଚନା ଫଳକ ନିର୍ମାଣ ହେଉନଥିବାରୁ ଜନଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.