Home ଜିଲ୍ଲା ପରିକ୍ରମା ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ବାଳକଙ୍କୁ ମିଳିଲା ଭତ୍ତା

ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ବାଳକଙ୍କୁ ମିଳିଲା ଭତ୍ତା

12

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧୀନ ଖେଦରପୁର ଗ୍ରାମର ଚିରଞ୍ଜିତ୍ ମହାନ୍ତି (୧୩) ନାମକ ଜଣେ ଦିବ୍ୟାଙ୍ଗ ବାଳକଙ୍କୁ ଖବର ପକାଶ ପରେ ପ୍ରଶାନସ ପକ୍ଷରୁ ଭତ୍ତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଦିବ୍ୟାଙ୍ଗଙ୍କ ଘରେ ପହଞ୍ôଚ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଡ. ଅରୁଣ କୁମାର ପଣ୍ଡା ଭତ୍ତା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଦିବ୍ୟାଙ୍ଗ ଚିରଞ୍ଜିତ୍‌ଙ୍କ ପରିବାର ବାରମ୍ବାର ଭତ୍ତା ପାଇଁ ଆବେଦନ କରୁଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳି ପାରୁନଥିଲା । ଚିରଞ୍ଜିତ୍ ୬୦ଭାଗ ମାନସିକ ଅଗ୍ରସର ଦିବ୍ୟାଙ୍ଗ ଭାବେ ପ୍ରମାଣପତ୍ର ପାଇଛନ୍ତି । ତାଙ୍କ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବେଳେ ଚଳିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଯେଉଁଥିପାଇଁ ମାନସିକ ଅନଗ୍ରସର ପିଲାଟି ତାଙ୍କ ପାଇଁ ବୋଝ ସଦୃଶ ହୋଇପଡ଼ିଥିଲା । ଏ ନେଇ ପ୍ରଶାସନ ପାଖରେ ଅଭିଯୋଗ କରିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ପୀରହାଟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରଦେଶ ସେବା ସଂଗଠନର କର୍ମକର୍ତ୍ତାଙ୍କୁ ଦିବ୍ୟାଙ୍ଗଙ୍କ ପରିବାର ଲୋକ ଜଣାଇଥିଲେ । ଦିବ୍ୟାଙ୍ଗ ଚିରଞ୍ଜିତ୍ ଭତ୍ତା ପାଇବା ପରେ ତାଙ୍କ ପରିବାର ସନ୍ତୋଷ ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.