ନୟାଗଡ଼, ୯ା୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ଢୋଲମରା ବାପୁଜୀ ବିଦ୍ୟାପୀଠର ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ରାକେଶ ସ୍ୱାଇଁଙ୍କ ଅସ୍ୱାଭିକ ମୃତ୍ୟୁକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ରାକେଶ ଶ୍ରେଣୀ ଗୃହରେ ପାଠ ପଢୁଥିବାବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ବିଦ୍ୟାପୀଠର ପ୍ରଧାନଶିକ୍ଷକ ରାକେଶକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁତ୍ରର ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦହାନ ହୋଇପଡ଼ିଥିଲାେବେଳେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।