ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଖଣ୍ଡତଡ଼ା ପଂଚାୟତ ଅନ୍ତର୍ଗତ ମୌଦା ଗ୍ରାମରେ ପୌରପାଳିକା ଦ୍ୱାରା ନିର୍ମାଣ ହେବାକୁ ଥିବା ସମ୍ପଦ କେନ୍ଦ୍ର (ଅଣୁ ଜୈବ ପ୍ରକ୍ରିୟାକରଣ କେନ୍ଦ୍ର ଓ ବସ୍ତୁ ପୁନର୍ଲାଭ ସୁବିଧା କେନ୍ଦ୍ରର ଭିତିପ୍ରସ୍ତର କରିଛନ୍ତି ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର । ୧ କୋଟି ୮୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ପୌରପାଳିକା ୱାର୍ଡ଼ ୨୫ ରୁ ୩୦ ୱାର୍ଡ଼ର ସଂଗୃହିତ ବର୍ଜ୍ୟବସ୍ତୁ ଗୁଡ଼ିକ ପ୍ରକ୍ରିୟାକରଣ ହୋଇ ପୁନଃ ବ୍ୟବହାର ସାପେକ୍ଷ ହୋଇପାରିବ। ଏହି ଅବସରରେ ପୌରପାଳିକା ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ପୌରପାଳିକା ଅଧିକାରୀ ଓ ସ୍ଥାନୀୟବାସିନ୍ଦା ଉପସ୍ଥିତ ଥିଲେ।