Home ଜିଲ୍ଲା ପରିକ୍ରମା ଖଣି ମାଫିଆଙ୍କ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା, ଶାରୀଶୁଆ ପାହାଡ଼ରୁ ବେଆଇନ୍ ଭାବେ କୋଟି କୋଟି...

ଖଣି ମାଫିଆଙ୍କ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା, ଶାରୀଶୁଆ ପାହାଡ଼ରୁ ବେଆଇନ୍ ଭାବେ କୋଟି କୋଟି ଟଙ୍କାର ରାଜସ୍ୱ ଚୋରି

7

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଅଧିନ ଖଇରା ତହସିଲ ଅନ୍ତର୍ଗତ ଶାରୀଶୁଆ ପାହାଡ଼ ଓ କୂଲଡିହା ଅଭୟାରଣ୍ୟ ଠାରୁ ହଦଗଡ଼ ଯାଏ ପାହାଡ଼ କୁ କେନ୍ଦ୍ର ସରକାର ହାତୀ ଚଲାପଥ (ଏଲିଫେଂଟ କରିଡର) ଭାବେ ଘୋଷଣା କରିଛନ୍ତି। କିନ୍ତୁ ଯେଉଁ ଖଣି ବିଭାଗ ତହସିଲଦାର ଙ୍କ ରାଜସ୍ୱ ବିଭାଗ ଥିଲା, ୨୦୨୦-୨୦୨୧ ରେ ତାହାକୁ ମାଇନିଂ କୁ ଦିଆଗଲା। ସେଥିପାଇଁ ସଂପୃକ୍ତ ବିଭାଗ ପାହାଡର ଶୀର୍ଷ ଯାଏ ବଡ଼ ବଡ଼ ଖଣି ନାମକରଣ କରି ଖଣି ମାଫିଆ ସୁବ୍ରତ କୁମାର ମିଶ୍ରଙ୍କୁ ଦେଇଥିଲେ। ସେ ବଗେଇପୂର ରେ ଖଣି ନମ୍ବର ୧୯,୨୦,୨୧,୨୨,୨୪, ଓ ୧୮ ରୁ ଆଂଶିକ ଦଖଲ କରି ମାଇନିଂ ଅଧିକାରୀ ସନ୍ତୋଷ ଦଳେଇ ଙ୍କ ସହିତ ମଧୁ ଚନ୍ଦ୍ରିକା ଓ ମାସିକିଆ ଅର୍ଥ କାରବାର କରିବା ସହିତ ଜୁନିଅର ମାଇନିଂ ଅଧିକାରୀ ଖଇରା ଅଭିଷେକ ବେହେରା ଙ୍କୁ ମଧ୍ୟ କରାୟତ କରି ପାହାଡ଼ରେ ମେସିନ ଦ୍ୱାରା ଗଛ ଓ ମାଟି ସଫା କରି ପରିବେଶ ନଷ୍ଟ କରିବା ସହିତ ଆନୁମାନିକ ଏକ ଶହ କୋଟି ଟଙ୍କାର ରାଜସ୍ୱ ଚୋରି କରିଥିବାର ଅଭିଯୋଗ ହୋଇଛି। ଶ୍ରୀ ମିଶ୍ର ଉକ୍ତ ପାହାଡର ଖଣି ଅଂଚଳକୁ ବେଆଇନ୍ ଭାବେ ନିଜ ଦଖଲରେ ରଖି ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ସେ ବେଶ୍ ଚତୁରତାର ସହିତ କୁପାରୀ ପଟାଗଡ଼ିଆ ଠାରେ ଏକ ବଡ଼ ମେଗା କ୍ରସରକୁ ୬୦% ସେୟାରରେ ରଖି ବେପାର ଚଲାଉଛନ୍ତି। ସେ ସ୍ନେହଲତା ମିଶ୍ରଙ୍କ ନାମରେ ପୂର୍ବରୁ ଥିବା ଖଣିକୁ ସେହି କାଗଜ କଲମରେ ଦାଖଲ କରି ଖଣି ନଂ ୪୨ ରେ ମଧ୍ୟ ବ୍ଲାଷ୍ଟିଂ କରି ଚୋରି କରିଚାଲିଛନ୍ତି କୋଟି କୋଟି ଟଙ୍କାର ସରକାରୀ ରାଜସ୍ୱ। ସେ ବେଶ୍ ଚତୁରତାର ସହ ନିଜର ବେଆଇନ୍ ବ୍ୟବସାୟକୁ ଲୁଚାଇ ରଖି ଖଣି ନମ୍ବର ୧୬, ଓ ୧୮ ରେ ତିନୋଟି ପୁରୁଣା କମ୍ପ୍ରେସର କୁ ଜୁନିଅର ମାଇନିଂ ଅଧକାରୀ ଅଭିଷେକ ବେହେରା, ତହସିଲଦାର ରଶ୍ମିରଂଜନ ହୋତା, ପୋଲିସ ଅଧିକାରୀ ତପନ ଜେନା ଙ୍କ ସହାୟତା ରେ ଜବତ କରାଇଛନ୍ତି। ଯାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଛି। ଏଠାରେ ପ୍ରଶ୍ନ ଉଠେ ଯେ ଖଣି ନମ୍ବର ୧୯,୨୦,୨୧,୨୨,୨୪, ରେ କାହିଁକି ସୁବ୍ରତ କୁମାର ମିଶ୍ର ଙ୍କ ବିରୁଦ୍ଧରେ ଆଇନ ଗତ ପଦକ୍ଷେପ ଗ୍ରହଣ କରାଯିବ ନାହିଁ। ତାଙ୍କ ପଛରେ ଏଭଳି କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି ଯେ ସେ ଅନାୟାସରେ ସରକାରୀ ଅର୍ଥ ହରିଲୁଟ କରିଚାଲିଛନ୍ତି। କେବଳ ଧର୍ମକୁ ଆଖିଠାର ଭଳି ଶ୍ରୀ ମିଶ୍ର ଉକ୍ତ ଅଂଚଳର କେତେକ ଗରିବ ଅଧିବାସୀଙ୍କୁ ପୁରୁଣା କମ୍ପ୍ରେସର ଦ୍ୱାରା ଗାତ କରୁଥିବାର ଧରାଇଦେଇ ପ୍ରଶାସନକୁ ମିଥ୍ୟା ସାହାଯ୍ୟ କରୁଥିବାର ହାଇଡ୍ରାମା ପ୍ରଦର୍ଶନ କରୁଛନ୍ତି। ବାସ୍ତବରେ ସେ ଜଣେ ଟାଇଲିସ ଦୋକାନୀ, ଚତୁର ତାର ସହିତ ସରକାରୀ ରାଜସ୍ୱ ବଡ ଅଧିକାରୀଙ୍କୁ ମାସିକିଆ ଅର୍ଥ ଦେଇ ନିଜର କଳା ସାମ୍ରାଜ୍ୟ ବୃଦ୍ଧି କରିଚାଲିଛନ୍ତି। କିନ୍ତୁ ଏହାଫଳରେ ସରକାରଙ୍କର ରାଜସ୍ୱ ହାନି ହେବା ସହ ନଷ୍ଟ ହେଉଛି ପ୍ରାକୃତିକ ସମ୍ପଦ ଓ ଶୋଭା। ଏଣୁ ଏଭଳି ଜଣେ ଖଣି ମାଫିଆଙ୍କର ବଗେଇପୂର ର ସମସ୍ତଖଣି କୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯାଇ ବନ୍ଦ କରାଯିବା ସହ ଉକ୍ତ ସ୍ଥାନରେ ଥିବା ବଡ ବଡ ଗାତକୁ ପୋତାଯାଇ ବୃକ୍ଷରୋପଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ତେବେ ନବୀନ ସରକାରଙ୍କ ସମୟରେ ଖଣି ଦୁର୍ନୀତିକୁ ବିରୋଧ କରୁଥିବା ବର୍ତମାନର ଡବଲ ଇଞ୍ଜିନ ସରକାର ଖଣି ମାଫିଆ ଶ୍ରୀ ମିଶ୍ରଙ୍କ କଳା ସାମ୍ରାଜ୍ୟର ଲୋପ କରିବା ଦିଗରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.