Home ଜିଲ୍ଲା ପରିକ୍ରମା ଖଣି ବିଭାଗର ଚଡ଼ାଉ, ଚୋରା ବାଲି ଓ ମାଟି ଚାଲାଣ କରୁଥିବା ୪ ଟି ଟ୍ରାକ୍ଟର...

ଖଣି ବିଭାଗର ଚଡ଼ାଉ, ଚୋରା ବାଲି ଓ ମାଟି ଚାଲାଣ କରୁଥିବା ୪ ଟି ଟ୍ରାକ୍ଟର ଜବତ

13

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନ ସୋହଡ଼ା ପଂଚାୟତର ଷେଣ୍ଢପୁର ନିକଟସ୍ଥ ବୈତରଣୀ ନଦୀ ଅଂଚଳରେ ବେଆଇନ ବାଲି ଚାଲାଣ ହେଉଥିବା ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପରେ ଖଣୀ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳୁ ଚଡ଼ାଉ କରାଯାଇଛି। ଚଡ଼ାଉ ସମୟରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଗୋଟିଏ ଟ୍ରାକ୍ଟର କୁ ଜବତ କରାଯାଇଥିବା ସହ ଏହାର ଡ୍ରାଇଭରକୁ ଅଟକ ରଖାଯାଇଛି। ତେବେ ଅନ୍ୟ କିଛି ଟ୍ରକ୍ ଓ ଟ୍ରାକ୍ଟର ଯାଜପୁର ଦିଗକୁ ପଳାୟନ କରିଥିବା ଜଣାପଡ଼ିଛି। ଏହାସହ ଧାମନଗର କଲେଜ ନିକଟସ୍ଥ ରାଣୀପୋଖରୀ ହୁଡ଼ା ଅଂଚଳରେ ବେଆଇନ ଭାବେ ମାଟି ଖନନ ଓ ଚାଲାଣ କରୁଥିବା ୩ ଟି ଟ୍ରାକ୍ଟର କୁ ମଧ୍ୟ ଖଣି ବିଭାଗ ଜବତ କରିଛି। ଜବତ ହୋଇଥିବା ସମସ୍ତ ଟ୍ରାକ୍ଟରରେ ନମ୍ବର୍ ପ୍ଲେଟ୍ ନଥିବା ଓ ଦୀର୍ଘଦିନ ଧରି ପ୍ରତିଦିନ ମାଟି ଓ ବାଲି ଚୋରା ଚାଲାଣ କରି ସରକାରୀ ରାଜସ୍ୱରେ ଲକ୍ଷ ଲକ୍ଷ ଟଙ୍କା କ୍ଷତି କରାଯାଉଥିବା ଖଣି ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ଘଟଣାରେ ଜବତ ୪ ଟି ଟ୍ରାକ୍ଟର ଉପରେ ଲକ୍ଷାଧିକ ଟଙ୍କା ଅର୍ଥଦଣ୍ଡ (ଫାଇନ) କରାଯିବା ନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାର କନିଷ୍ଠ ଖଣି ଅଧିକାରୀ ସୌମ୍ୟାରଞ୍ଜନ ଦ୍ୱିବେଦୀ କହିଛନ୍ତି। ଏହା ସହ ଜବତ ହୋଇଥିବା ସମସ୍ତ ଗାଡ଼ିକୁ ଧାମନଗର ଥାନାରେ ଜିମା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.