Home ଅନୁଗୁଳ ଖଣି କର୍ମଚାରୀଙ୍କ ଅକାଳ ବିୟୋଗ

ଖଣି କର୍ମଚାରୀଙ୍କ ଅକାଳ ବିୟୋଗ

59

ତାଳଚେର,୧୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌ସିଏଲ୍ ବଳରାମ କୋଇଲାଖଣିରେ ଟେକ୍ନିସିଆଲ୍ ଇନ୍‌ସପେକ୍ଟର (ଟି.ଆଇ) ଭାବରେ କାର୍ଯ୍ୟ କରୁଥିବା ଖଣି କର୍ମଚାରୀ ମାନସ ରଞ୍ଜନ ସାହୁ (୪୩)ଙ୍କର ଆଜି ଭୂବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଅକାଳ ବିୟୋଗ ଘଟିଛି । ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତ ଶ୍ରୀ ସାହୁଙ୍କ ପୈତୃକ ବାସଗୃହ ସୋଲଡା ଗ୍ରାମରେ ବୋଲି ଜଣାପଡିଛି । ସେ ଜଣେ କର୍ତବ୍ୟନିଷ୍ଠ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବରେ କର୍ମଚାରୀମହଲରେ ପ୍ରିୟପାତ୍ର ଥିଲେ । ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.