Home ଜିଲ୍ଲା ପରିକ୍ରମା ଖଣିର ନିଷେଧାଞ୍ଚଳରୁ ୪ଟି ହିଟାଜୀ ଓ ୨ଟି କମ୍ପ୍ରେସର ଜବତ

ଖଣିର ନିଷେଧାଞ୍ଚଳରୁ ୪ଟି ହିଟାଜୀ ଓ ୨ଟି କମ୍ପ୍ରେସର ଜବତ

42

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ -ବାଲେଶ୍ୱର ସୀମା ଖଇରା ତହସିଲ ଅଧିନ ଶାରୀଶୁଆ କପିଳ ଝରୀବନ୍ଧନଟା ମୌଜାରେ ଥିବା ସମସ୍ତ ଲଘୁଖଣିଜ ଉତ୍ସ ( ପଥର ଖଣି ) ତଥା ଖଣିର ଆଖପାଖ ଅଂଚଳକୁ ବାଲେଶ୍ୱର ଜିଲ୍ଲାର ଉପଜିଲ୍ଲାପାଳ ଶିବମାଲଭିଆଙ୍କ ଆଦେଶ ଧାରା଼ ୧୬୩ ମୂଳେ ନିଷେଧାସ ଜାରି କରାଯାଇ ଖଇରା ତହସିଲଦାରଙ୍କ ସର୍ବସାଧାରଣ ନୋଟିସ ଜାରି କରାଯାଇଥିଲେ ମଧ୍ୟ ଖଣିଜ ପଥର ଚୋରା ଚାଲାଣ ହେଉଛି। ଏଭଳି ଖବର ଜାଣି ତହସିଲଦାର ରଶ୍ମିରଂଜନ ହୋତା ଓ଼ ଖଇରାର ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଆଜି ଖଣି ନମ୍ବର ୨୨ ଓ ୩୮ ର ନିଷେଧାଞ୍ଚଳରୁ ଚାରୋଟି ହିଟାଜି ଓ ଦୁଇଟି କମ୍ପ୍ରେସର ଜବଦ କରିଛନ୍ତି।ଏହି ଚୋରା ଚାଲାଣ ପଛରେ ଖଣି ମାଲିକ ଓ ତାଙ୍କର କୁପାରୀ, ବାଉଁଶଗାଡ଼ିଆ, ଗଡ଼ପୋଖରୀ ଓ ରାଉରକେଲା ଅଂଚଳର କେତେକ ସହଯୋଗୀଙ୍କର ହାତ ରହିଛି ବୋଲି ବିଶେଷ ସୂତ୍ରରୁ ଜଣାଅପଡ଼ିଛି।ସବୁ ଖଣିରୁ ରାତିରେ ବେଧଡ଼କ ଖଣିଜ ପଥରର ଚୋରା ଚାଲାଣ ହେଉଛି। ବିଶେଷକରି ପ୍ରଶାସନର ଆଇନକୁ ଆଖିଠାର ମାରି ବଗେଇପୁର ଖଣି ଅଂଚଳର କେତେକ ଅମାନିଆ ଓ ଅସାମାଜିକ ୍ୱ୍ୟକ୍ତି ରାତି ଓ ଦିନରେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବାବେଳେ ସ୍ଥାନୀୟ ପ୍ରଶାସନ ଧରିଛି ଚାରୋଟି ହିଟାଜି ଓ ଦୁଇଟି କମ୍ପ୍ରେସର। ଏହି ସଫଳତା ପଛରେ ଖଇରା ତହସିଲଦାରଙ୍କର ରହିଛି ବଡ଼ ଅବଦାନ।ଦୀର୍ଘଦିନ ପରେ ଏଭଳି ପ୍ରାକୃତିକ ସମ୍ପଦ ନଷ୍ଟ ହେଉଥିବା ନେଇ ପ୍ରଶାସନର ଏଭଳି ଆଇନଗତ ପଦକ୍ଷେପ ସ୍ଥାନୀୟ ଲୋକଙ୍କୁ ଆଶ୍ୱସ୍ତି ଆଣିଦେଇଛି।ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟ ଖଇରା ଥାନାରେ ଗାଡିମାଲିକଙ୍କ ନାମରେ ଏତଲା ଦେବାକୁ ଅଂଚଳବାସୀ ଦାବୀ କରିବାସହ ଜିଲ୍ଲାପାଳ କି ଦୃଷ୍ଟାନ୍ତ ମୂଳକ ଆଇନଗତ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.