Home ଜିଲ୍ଲା ପରିକ୍ରମା ଖଣିବିଭାଗ ଦ୍ୱାରା ୩ ଟି ହାଇୱା ବାଲି ଗାଡ଼ି ଜବତ

ଖଣିବିଭାଗ ଦ୍ୱାରା ୩ ଟି ହାଇୱା ବାଲି ଗାଡ଼ି ଜବତ

7

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ଦିନକୁ ଦିନ ଚୋରା ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଟ୍ରକ ଟ୍ରାକ୍ଟର ଓ ହାଇୱା ଗାଡ଼ି ମାଲିକ ମାନେ ଖଣି ବିଭାଗ ର କର୍ମଚାରି ଙ୍କୁ ହାତ କରି ବିଭିନ୍ନ ନଦୀ ରୁ ଅହରହ ଚୋରା ବାଲି କୁ ଚାଲାଣ କରୁଛନ୍ତି । ଖରା ଦିନିଆ ନଦୀରୁ ବାଲି ଉଠାଇ ବିଭିନ୍ନ ଘରୋଇ ଓ ସରକାରୀ ଜାଗା ରେ ବାଲି ଷ୍ଟକ୍ ରଖିବା ବେଳେ ଏବେ ବର୍ଷା ଦିନ ରେ ଉକ୍ତ ବାଲି କୁ ଚଡ଼ା ଦରରେ ମଧ୍ୟ ବିକ୍ରି କରା ଯାଉଛି। ଦୁଇ ଦିନ ତଳେ ବାରିକପୁରରୁ ଏକ ଚୋରା ବାଲି ହାଇୱା ଯାଉଥିବା ବେଳେ ଖଣି ବିଭାଗ ଅଧିକାରୀ ଜବତ କରିଥିବା ବେଳେ ଗୁରୁବାର ଦିନ ଖଣି ବିଭାଗ ସହ କାରୀ ଅଧିକାରୀ ସୋମ୍ୟଜିତି ଦ୍ୱିବେଦୀ ଙ୍କ ନେତୃତ୍ୱ ରେ ଧାମନଗର ଛକ ରୁ ଆଉ ଦୁଇଟି ହାଇୱା ବାଲି ବୋଝେଇ ଗାଡ଼ି କୁ ଜବଦ କରି ଧାମନଗର ଥାନାରେ ଜିମା ଦେଇଛନ୍ତି।ଆବଶ୍ୟକ କାଗଜ ପତ୍ର ଦେଖାଇବେ ନଚେତ୍ ସେମାନଙ୍କ ଉପରେ କେସ କରାଯିବ ବୋଲି ଖଣି ଅଧିକାରୀ ଶ୍ରୀ ଦ୍ୱିବେଦୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.