Home କନ୍ଧମାଳ କ ନୂଆଗାଁ ବ୍ଲକରେ ଗରିବଙ୍କୁ ମିଳୁନି ଆବାସ ଯୋଜନା : ଛିଣ୍ଡାପାଲ ତଳେ ବିତୁଛି ଜଗାର...

କ ନୂଆଗାଁ ବ୍ଲକରେ ଗରିବଙ୍କୁ ମିଳୁନି ଆବାସ ଯୋଜନା : ଛିଣ୍ଡାପାଲ ତଳେ ବିତୁଛି ଜଗାର ଜୀବନ

88

ବାଲିଗୁଡା, ୧୦(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି, ଏ ବାବଦରେ ରାଜ୍ୟ ସରକାରଙ୍କ ତହବିଲରୁ କୋଟିକୋଟି ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳନ ହେଉଛି। ପ୍ରକୃତ ହିତାଧିକାରୀ ଯୋଜନାରେ ଉପକୃତ ହେବାବଦଳେ ଧନୀକ ଶ୍ରେଣୀର ଲୋକେ ଏହାର ସୁବିଧା ହାତେଉଥିବା ଅଭିଯୋଗ ହେଉଛି ଏପରିକି ଟଙ୍କା ଲାଞ୍ଚ ନ ଦେଲେ କିଛି ବି ହେଉନି। ବ୍ଲକ ପ୍ରଶାସନର ପ୍ରିୟାପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛାଶକ୍ତିର ଅଭାବ ହେଉ ଅବା ଲାଞ୍ଚଖୋର ମନଭାବ ରୁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଏହାରଏକ ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ-ନୂଆଗାଁ ବ୍ଲକ ମହାସିଙ୍ଗ ଗ୍ରାମ ପଞ୍ଚାୟତରେ। ଗତ ଫାଇଲିନରେ ଗୋଚ୍ଛାପଡା ଗାଁର ଜଗା କହଁର ଘର ଛପର ଉଡ଼ିଗଲା ପ୍ରଶାସନ କେବଳ ପାଲଖଣ୍ଡେ ଦେଇ ଚୁପ ବସିଛି, ଯାହା ଫଳରେ ଅର୍ଦ୍ଧ ଭଗ୍ନ ଛିଣ୍ଡା ପାଲତଳେ ବିତୁଛି ଦିନ, ବର୍ଷା ହେଲେ କଥା ସରିଲା ମୁଣ୍ଡଗୁଞ୍ଜିବାକୁ ଜାଗା ନାହିଁ। ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଉଥିବା ଜଣାପଡିଛି। ଘର ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡିଦୌଡି ନୟାନ୍ତ ହୋଇଛନ୍ତି, କିନ୍ତୁ ଘରଟିଏ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି ଜଗା କହଁର। ଏନେଇ ସରପଞ୍ଚ ନୀଳିମା କହଁର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କନାମ ନୂତନ ଭାବେ ସଂଯୋଗ କରାଯାଇଛି, ତାଲିକା ଅନୁଯାୟୀ ଗୃହ ଯୋଗାଇ ଦିଆଯିବ। ଏପଟେ ମହାସିଙ୍ଗ ପଞ୍ଚାୟତରେ ବହୁ ଧନୀକ ଶ୍ରେଣୀର ଲୋକେ ଗୃହ ହାତେଇ ଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ଗୃହ ମିଳିବା ଅହେତୁକ ବିଳମ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। କେବେ ଜଗା କହଁର କୁ ବାସ ଗୃହଖଣ୍ଡେ ମିଳୁଛି ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.