ହାଟଡିହି-୨୨/୫, କ୍ୱାରେଣ୍ଟାଇନ ସେଣ୍ଟରେ ଥିବା ମହିଳାମାନେ ସାବିତ୍ରୀ ପୂଜା କରିବାକୁ ନାଏବ ସରପଞ୍ଚ ଶାଢ଼ୀ ଓ ଫଳ ବାଣ୍ଟିବା ଘଟଣା ଆଲୋଚନାର ବିଷୟ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକର ଇଞ୍ଚୋଳ କ୍ୱାରେଣ୍ଟାଇନ ସେଣ୍ଟରରେ । ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ମୋଟ ୩୭ଜଣ ରହୁଥିବାବେଳେ ୪ଜଣ ମହିଳା ଅଛନ୍ତି । ଆଜିଭଳି ଦିନରେ ସେମାନେ କିପରି ସାବିତ୍ରୀ ବ୍ରତ ପାଳିବେ ସେନେଇ ଚିନ୍ତାରେ ଥିବାବେଳେ ନାଏବ ସରପଞ୍ଚ ବିଜୟ କୁମାର ମହାପାତ୍ର ଓ ଜିଆରଏସ ଶ୍ରୀମନ୍ତ କୁମାର ନାୟକ ସେମାନଙ୍କୁ ଶାଢ଼ୀ, ଫଳମୁଳ ଓ ପୂଜା ସାମଗ୍ରୀ ଆଣି ଦେବାପରେ ସେମାନେ ସେଣ୍ଟର ପରିସରରେ ଥିବା ଗଛମୁଳେ ସାମାଜିକ ଦୁରତା ରକ୍ଷାକରି ପୂଜାର୍ଚ୍ଚନା କରି ସ୍ୱାମୀଙ୍କ ଦୀଘାୟୁ କାମନା କରିବା ସହିତ ପରିବାରର ମଙ୍ଗଳ କାମନା କରିଥିଲେ । ନାଏବ ସରପଞ୍ଚଙ୍କ ଏପରି ଉଦ୍ୟମକୁ ସମସ୍ତେ ପ୍ରସଂଶା କରିଛନ୍ତି ।